ଭାରତରେ ଲଗାତର ପେଟ୍ରୋଲ ଓ ଡିଜେଲର ବୃଦ୍ଧି ଲୋକମାନଙ୍କୁ ଚିନ୍ତାରେ ପକାଇଥିବା ବେଳେ ଆର.ଟି.ଆଇରୁ ଏକ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି. ଆର୍.ଟି.ଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ ଭାରତ 15ଟି ଦେଶକୁ ପେଟ୍ରୋଲ ଲିଟର ପିଛା 34ଟଙ୍କା ଓ 29ଟି ଦେଶକୁ ଡିଜେଲ ଲିଟର ପିଛା 37ଟଙ୍କାରେ ବିକ୍ରି କରୁଛି. କିନ୍ତୁ ଏହି ପେଟ୍ରୋଲ ଓ ଡିଜେଲ ଉପରେ ସରକାର 125ରୁ 150 ପ୍ରତିଶତ କର ଲଗାଇ ନିଜ ଦେଶର ଲୋକଙ୍କୁ ବିକ୍ରି କରୁଛନ୍ତି. ପଂଜାବର ରୋହିତ ସମ୍ଭ୍ରବାଲ ଆର.ଟି.ଆଇରେ ମାଗିଥିବା ତଥ୍ୟରୁ ଏହି ସୂଚନା ମିଳିଛି. ମ୍ୟାଙ୍ଗଲୋର ରିଫାଇନାରୀ ଏଣ୍ଡ ପେଟ୍ରୋକେମିକାଲସ ଲିମିଟେଡରୁ 1 ଜାନୁୟାରୀ 2018ରୁ 30 ଜୁନ 2018 ଭିତରେ ପାଂଚଟି ଦେଶ ଯଥା-ହଙ୍ଗକଙ୍ଗ, ମ୍ୟାଲେସିଆ, ମରିସସ୍, ସିଙ୍ଗାପୁର ଓ ନିୟୁୟର୍କକୁ ପେଟ୍ରୋଲ ଲିଟର ପିଛା 32ରୁ 34 ଟଙ୍କା ଓ ଡିଜେଲ ଲିଟର ପିଛା 34ରୁ 36 ଟଙ୍କା ରେ ବିକ୍ରି କରାଯାଇଛି. ମାତ୍ର ଭାରତରେ ଲୋକମାନେ ପେଟ୍ରୋଲ ଲିଟର ପିଛା  69.97ରୁ 75.55 ଟଙ୍କା ଓ ଡିଜେଲ ଲିଟର ପିଛା 59.70ରୁ 67.38 ଟଙ୍କାରେ କିଣୁଛନ୍ତି.   

LEAVE A REPLY

Please enter your comment!
Please enter your name here