ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ଦେହାନ୍ତ ହୋଇଛି । ଲକ୍ଷ୍ନୌସ୍ଥିତ ନିଜ ବାସଭବନରେ ହୃଦଘାତ ହେବା ଯୋଗୁ ତାଙ୍କର ପରଲୋକ ଘଟିଛି । ଗତ ତିନି ଦଶନ୍ଧି ଧରି ସେ ଏନଡିଟିଭିରେ କାର୍ଯ୍ୟ କରୁଥିଲେ । ବିଶେଷକରି ରାଜନୈତିକ ବିଶ୍ଳେଷଣ କ୍ଷେତ୍ରରେ ସେ ବିଚକ୍ଷଣତା ହାସଲ କରିଥିଲେ । କମଲ ଖାନଙ୍କ ବିୟୋଗ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରିଛନ୍ତି । ଦେଶର ଜଣେ ଭଲ ସାମ୍ବାଦିକ ଭାବେ ସେ ସୁନାମ ଅର୍ଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here