ଅତି ଦରକାର ନଥିଲେ ରୋଗୀ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ରୁହେ । ତେଣୁ ଅତି ଜରୁରୀ ନଥିଲେ ହସ୍ପିଟାଲ ଯାଆନ୍ତୁ ନାହିଁ । ସାଧାରଣ ରୋଗୀଙ୍କ ରୋଗ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ସେଠାରେ ଯୋଗାଯୋଗ କରି ଔଷଧ ନେଇପାରିବେ । ଓପିଡିରେ ଆଟେଣ୍ଡାନ୍ସ କମେଇବାକୁ ବି କୁହାଯାଇଛି । ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ । ରାଜ୍ୟରେ ଯେପରି ସଙ୍କ୍ରମଣ ନବଢିବ ସେଥିଲାଗି ଏମିତି କଟକଣା ଲଗାଯାଇଛି । ସବୁ ଦିଗକୁ ଧ୍ୟାନରେ ରଖି ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ଦ୍ରୁତ ଗତିରେ ବଢୁଛି କରୋନା ସଙ୍କ୍ରମଣ । ଦୈନିକ ସଙ୍କ୍ରମଣ ୧୦ ହଜାର ପାର୍ କରୁଛି । ଏବଂ ଆଜି କରୋନାରେ ୪ ଜଣଙ୍କର ଜୀବନ ଯାଇଛି ।

LEAVE A REPLY

Please enter your comment!
Please enter your name here