ରୋଗୀଣା ବାପାଙ୍କୁ କାନ୍ଧରେ ବୋହି ମେଡିକାଲ ନେଲା ପୁଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳ କୋଲ୍ଲମ ଅଞ୍ଚଳରେ। ବୁଧବାର ଥିରୁବନନ୍ତପୁରମ୍‌ର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ମନକୁ ଓଦା କରି ଦେଇଛନ୍ତି । ଘଟଣାଟି କେରଳର କୋଲ୍ଲମର କୁଲାଥୁପୁଜ ଅଞ୍ଚଳର। ୬୫ ବର୍ଷ ବୟସ୍କ ବାପାଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇ ପଡିବା ଦେଖି ପୁଅ ବ୍ୟସ୍ତ ହୋଇ ପଡ଼ିଲେ। ହେଲେ ଡାକ୍ତରଖାନା ଯିବା ପାଇଁ ଯାନବାହନର ସୁବିଧା ନାହିଁ। ତଥାପି ବାପାଙ୍କୁ ଡାକ୍ତରଖାନା ନେବାପାଇଁ ପୁଅ ଅଟୋ ଡକାଇଥିଲେ। କିନ୍ତୁ ଘରଠାରୁ ଏକ କିମି ଦୂର ଏକ ଚେକ୍‌ ପୋଷ୍ଟ ନିକଟରେ ପୋଲିସ ଅଟୋକୁ ଛାଡି ନ ଥିଲା।
ଲକ୍‌ଡାଉନ ଯୋଗୁ ଆଉ କୌଣସି ରାସ୍ତା ନ ଥିଲା । ଶେଷରେ ପୁଅ ବାପାଙ୍କୁ ଶିଘ୍ର ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ତାଙ୍କୁ କୋଳରେ ଉଠାଇ ଦୌଡ ଦୌଡି ଏକ କିମି ଦୂରରେ ଥିବା ଅଟୋ ପାଖକୁ ଯାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ମାନବାଧିକାର କମିଶନ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। କମିଶନ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆୟୋଗ ପୋଲିସକୁ ନୋଟିସ ଜାରି କରି ରୋଗୀଙ୍କୁ ନେବା ପାଇଁ ଆସୁଥିବା ବାହନକୁ କେଉଁ ପରିସ୍ଥିତିରେ ଅଟକା ଗଲା ବୋଲି ପ୍ରଶ୍ନ କରିଛନ୍ତି।
ଭିଡିଓ ଭାଇରାଲ ହେବା ପରେ ଲୋକେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଲକ୍‌ଡାଉନବେଳେ ମେଡିକାଲ କେସରେ କଟକଣା ନ ଥିବାବେଳେ ପୋଲିସ କାହିଁକି ଅଟକାଇଲା ବୋଲି ପଚାରିଛନ୍ତି।

LEAVE A REPLY

Please enter your comment!
Please enter your name here