ଜମ୍ମୁ ଓ କାଶ୍ମୀର ସରକାରଙ୍କ ଗାଇଡଲାଇନ ପରେ ଏବେ କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ । ବହୁ ସଂଖ୍ୟାର ପର୍ଯ୍ୟଟକ ଏବେ ଜମ୍ମୁ ଓ କାଶ୍ମୀର ଛାଡି ଘରକୁ ଫେରୁଛନ୍ତି । ଜମ୍ମୁ କାଶ୍ମୀରରେ ଶୁକ୍ରବାର ଆତଙ୍କୀ ଆକ୍ରମଣ ଆଶଙ୍କା କରି ପର୍ଯ୍ୟଟକ ଏବଂ ଯାତ୍ରୀଙ୍କୁ ଫେରିଯିବାକୁ ସରକାର ଆଡଭାଇଜୋରୀ ଜାରୀ କରିଥିଲେ । ଏହି ଆଡଭାଇଜୋରୀ ପରେ ସ୍ଥାନୀୟ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ଭୟଭୀତ ଅଛନ୍ତି । ସ୍ଥାନୀୟ ଲୋକମାନେ ଏହାକୁ ଧ୍ୟାନ ଦେଇ ଖାଦ୍ୟପେୟ, ପେଟ୍ରୋଲ ଆଦି ଜରୁରୀ ସାମଗ୍ରୀ କିଣିବାକୁ ଦୋକାନରେ ଲମ୍ବା ଧାଡି ଲଗାଇଛନ୍ତି । ତେବେ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ରାଜ୍ୟର ଏଭଳି ସ୍ଥିତି ଦେଖି ଲୋକମାନଙ୍କୁ ଭୟଭୀତ ନହେବାକୁ କହିଛନ୍ତି ଏବଂ ଅମରନାଥ ଯାତ୍ରାକୁ ମଧ୍ୟରେ ଅଟକାଇ ଏହାକୁ ଅନ୍ୟ ପ୍ରସଙ୍ଗ ସହ ଯୋଡି ଭୟ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here