2020 ଓ 2021 ବର୍ଷ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 119 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । 2021 ବର୍ଷ ପାଇଁ ସାତଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ 10 ଜଣଙ୍କୁ ପଦ୍ମ ଭୂଷଣ ଏବଂ 102 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି ।

ଓଡିଶାର ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିପରି ଓଡିଶାରୁ ସମାଜସେବୀ ଶାନ୍ତିଦେବୀ, କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ଣ୍ଣମାସୀ ଜାନୀ, ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର, ମେଡିସିନ କ୍ଷେତ୍ରରେ ଡକ୍ଟର କ୍ରିଷ୍ଣମୋହନ, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ରାଜନେତା ତରୁଣ ଗୋଗୋଇ, ସୁମିତ୍ରା ମହାଜନ, ରାମବିଳାସ ପାଶଓ୍ବାନ, କେଶୁଭାଇ ପଟେଲଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here