ଭୟ ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ବିଶ୍ୱବ୍ୟାପି ଓମିକ୍ରନକୁ ନେଇ ଚିନ୍ତାରେ । ଏହାର ମୁକାବିଲା ପାଇଁ କୋଭିଡର ବିଭିନ୍ନ ଟିକା କେତେ ଫଳପ୍ରଦ ହେବ , ତାକୁ ନେଇ ଏବେ ଚର୍ଚ୍ଚା । ଏଭଳି ସମୟରେ ଟିକା ନିର୍ମାତା ମୋଡେର୍ଣ୍ଣା ସିଇଓଙ୍କ ମନ୍ତବ୍ୟ ଚିନ୍ତାକୁ ବଢାଇଦେଇଛି । ଓମିକ୍ରନ ଭାରିଆଣ୍ଟ ବିରୋଧରେ ଟିକା ଗୁଡିକ କମ ଫଳପ୍ରଦ ରହିବ ବୋଲି କହିଛନ୍ତି ମୋଡେର୍ଣ୍ଣା ସିଇଓ । ପୂର୍ବରୁ ଟିକା ଡେଲ୍ଟା ବିରୋଧରେ ମୁକାବିଲା କରିବାକୁ ସକ୍ଷମ ଥିଲା । କିନ୍ତୁ ବର୍ତ୍ତମାନ ଓମିକ୍ରନ ବିରୋଧରେ ମୁକାବିଲା ଶକ୍ତି କମ ରହିବ ବୋଲି ସେ କହିଛନ୍ତି । ଏପରିକି ଆମେରିକା ଦେଇଥିବା ଫାଇଜର ଟିକା ମଧ୍ୟ ଓମିକ୍ରନକୁ ମୁକାବିଲା କରିବା ସମ୍ଭାବନା କ୍ଷୀଣ । ନିକଟରେ ହଂକଂର ଦୁଇଜଣ ବ୍ୟକ୍ତି ଓମିକ୍ରନ ଦ୍ୱାରା ସଙ୍କ୍ରମିତ ହୋଇଥିବା ଜଣାପଡିଛି । ଏହି ଦୁଇ ବ୍ୟକ୍ତି ଫାଇଜର ଟିକା ନେଇଥିଲେ ।

LEAVE A REPLY

Please enter your comment!
Please enter your name here