ଉତ୍ତରପ୍ରଦେଶ ବାଗପତ ଅଞ୍ଚଳରେ ବାୟୁସେନାର ଏକ ବିମାନ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଜିଆବାଦର ହିଡେନ ଏୟାରବେସରୁ ବିମାନଟି ଉଡାଣ ଆରମ୍ଭ କରି ବାୟୁସେନା ଦିବସ ପାଇଁ ଅଭ୍ୟାସ କରୁଥିଲା ।କିନ୍ତୁ ବାଗପତରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ କ୍ଷେତରେ ଏହା ପଡିଯାଇଥିଲା । ଦୂର୍ଘଟଣାରେ ବିମାନରେ ଥିବା ୨ ପାଇଲଟ ସୁରକ୍ଷିତ ରହିଛନ୍ତି । ଖବର ପାଇ ବାୟୁସେନା ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here