ଏଣିକି ବିନା ଏଲପିଜିରେ ମଧ୍ୟ ଜଳିବ ଚୁଲ୍ଲା. ହଁ, ଆଗକୁ ଆସୁଥିବା ଦିନରେ ରୋଷେଇ କରିବା ପାଇଁ ଆଉ ଦରକାର ହେବନି ଏଲପିଜି ଗ୍ୟାସ ସିଲିଣ୍ଡର. ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏକ ବିଶେଷ ଧରଣର ବ୍ୟବସ୍ଥା କରାଯାଉଛି. ନୀତି ଆୟୋଗ ସଦସ୍ୟ ବି.କେ ସାରସ୍ୱତଙ୍କ ସୂଚନା ଅନୁସାରେ, ରୋଷେଇ କରିବା ପାଇଁ ଏବେ ମିଥାନଲକୁ ମଧ୍ୟ ଇନ୍ଧନ ରୂପେ ବ୍ୟବହାର କରିହେବ. ଯାହାର ଆରମ୍ଭ ଆସାମରୁ କରାଯିବ ଏବଂ ଏହି ସଂପର୍କରେ ଉତ୍ତରପ୍ରଦେଶ ସରକାରଙ୍କ ସହ କଥାବାର୍ତ୍ତା ମଧ୍ୟ ଜାରି ରହିଛି. ତେବେ କେବଳ ଉତ୍ତରପ୍ରଦେଶ ନୁହେଁ, ଆସାମରେ ମଧ୍ୟ ମିଥାନଲ ଦ୍ୱାରା ପ୍ରସ୍ତୁତ 70,000 ଗ୍ୟାସ ଷ୍ଟୋଭ ବିତରଣ ପାଇଁ ଯୋଜନା ରହିଥିବା କୁହାଯାଇଛି. ଏହାଛଡା ମିଥାନଲ ଗ୍ୟାସ ଜନିତ ଷ୍ଟୋଭ ପ୍ରସ୍ତୁତ କରିବା ପାଇଁ କାରଖାନା ବେଙ୍ଗାଲୁରୁ ଓ ଆସାମରେ ପ୍ରତିଷ୍ଠା କରାଯିବ ଏବଂ ଏଥିପାଇଁ ଟେକ୍ନୋଲୋଜୀକୁ ମଧ୍ୟ ସ୍ୱିଡେନରୁ ଅଣାଯାଇଛି ବୋଲି କହିଛନ୍ତି ବି.କେ ସାରସ୍ୱତ.













