ଆସନ୍ତାବର୍ଷ ଅର୍ଥାତ୍ ୨୦୨୧ରେ ବଢିବ ସୁନା ଦର । ବର୍ତ୍ତମାନ ସମୟରେ ୧୦ ଗ୍ରାମ ସୁନାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କାରୁ ଅଧିକ ରହିଛି । ଦର ବଢିବା ସତ୍ତ୍ୱେ ବି ଅନେକ ଲୋକ ସୁନା କିଣୁଛନ୍ତି । ତେବେ ଆସନ୍ତାବର୍ଷ ସୁନାର ଦର ବୃଦ୍ଧି ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୨୦୨୧ ରେ ୬୩ ହଜାର ରେ ପହଁଞ୍ଚିପାରେ ସୁନା ଦର । ତେବେ ବର୍ଦ୍ଧିତ ଦରକୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ଚାଲିଛି । କାରଣ ସୁନା ଏପରି ଏକ ସାମଗ୍ରୀ ଯାହାକୁ ଲୋକମାନେ ବେଶ୍ ପସନ୍ଦ କରନ୍ତି । ସୁନାର ରେଟ୍ କେତେ ଅଛି ଆଗକୁ କେତେ ରହିବ ଜାଣିବା ପାଇଁ ଲୋକମାନେ ବେଶ୍ ନଜର ରଖନ୍ତି । ବର୍ତ୍ତନମାନ ସୁନା ୧୦ ଗ୍ରାମ ପିଛା ପ୍ରାୟ ୫୦ ହଜାର ଟଙ୍କା ହିସାବରେ କାରବାର ହେଉଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୨୧ରେ ବି ସୁନା କାରବାର ଅଧିକ ରହିବ । କେବଳ ଅଧିକ ରହିବ ତା ନୁହେଁ ବରଂ ୧୦ ଗ୍ରାମ ପ୍ରତି ୬୩ ହଜାର ଟଙ୍କାରେ ପହଁଞ୍ଚିପାରେ । ସାରା ବିଶ୍ୱରେ ସୁନାର ଦର ଦାମ ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here