ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା 32ତମ ଜିଏସଟି କାଉନସିଲ ବୈଠକ ଶେଷ ହୋଇଛି. ତେବେ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯାହା କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ନିହାତି ରୂପେ ଲାଭଦାୟକ ହେବ. ତେବେ ବ୍ୟବସାୟ ପାଇଁ କମ୍ପୋଜିସନ ସ୍କିମ ସୀମା 1 କୋଟିରୁ ବୃଦ୍ଧି କରାଯାଇ 1.5 କୋଟି କରାଯାଇଛି. ଅର୍ଥାତ, ସରଳଭାଷାରେ କହିଲେ, ଦେଢ କୋଟି ଟର୍ଣ୍ଣଓଭର କରୁଥିବା ବ୍ୟବସାୟୀଙ୍କୁ ଏହି ସ୍କିମର ଫାଇଦା ମିଳିବ. ଜିଏସଟି କମ୍ପୋଜିସନ ସ୍କିମର ଲାଭ ଉଠାଉଥିବା କମ୍ପାନୀମାନଙ୍କୁ ଏବେ ବର୍ଷକୁ ଥରେ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ. ଅନ୍ୟପଟେ ଟିକସ ତିନିମାସକୁ ଥରେ ଲେଖାଏଁ ଦେବାକୁ ପଡିବ. ଏହି ନିୟମ ଚଳିତ ବର୍ଷ ଏପ୍ରିଲ 1 ତାରିଖରୁ ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି. ପୂର୍ବରୁ 20 ଲକ୍ଷ ଟର୍ଣ୍ଣଓଭର କରୁଥିବା ବ୍ୟବସାୟୀମାନେ ଜିଏସଟି ଅନ୍ତର୍ଭୁକ୍ତ ହେଉଥିଲେ. ମାତ୍ର ଏବେ 40 ଲକ୍ଷ ଟର୍ଣ୍ଣଓଭର କରୁଥିବା ବ୍ୟକ୍ତି ଏଥିରେ ସାମିଲ ହେବେ. ଛୋଟ ରାଜ୍ୟରେ ଏହାର ସୀମା 10 ଲକ୍ଷ ଥିଲା. ମାତ୍ର ଏହାକୁ ଏବେ 20 ଲକ୍ଷକୁ ବୃଦ୍ଧି କରାଯାଇଛି. ଅନ୍ୟପଟେ ଛୋଟ ବ୍ୟବସାୟୀଙ୍କୁ ଜିଏସଟିରୁ ବାଦ୍ ଦିଆଯାଇଛି. ଏବେ ସେମାନଙ୍କୁ ଜିଏସଟି ରେଜିଷ୍ଟ୍ରେସନ କରିବାକୁ ପଡିବ ନାହିଁ.

 

LEAVE A REPLY

Please enter your comment!
Please enter your name here