ଗତ 3 ତାରିଖରେ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସମ୍ବଲପୁରୀ ଅଭିନେତ୍ରୀ ସିମରନ ସିଂ ମୃତ୍ୟୁ ମାମଲାରେ ଗୁରୁବାର ବୁର୍ଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି. ତେବେ ଏହି ହତ୍ୟା ମାମଲା ରୁଜୁକୁ ପୋଲିସ, ସିମରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ କରିଛି. ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ସଞ୍ଜୀନ ଆରୋରା. ସୂଚନାଯୋଗ୍ୟ ଯେ, ଜାନୁୟାରୀ 3 ତାରିଖରେ ଗୋଇରା ମଠ ପାଖ ମହାନଦୀ ପୋଲରୁ ସିମରନଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା. ପରେ ପୋଲିସ ସିମରନଙ୍କ ସ୍ୱାମୀ ଧ୍ରୁବରାଜ ସୁନାଙ୍କ ଗିରଫ କରି କୋର୍ଟ ଚାଲାଣ କରିଥିଲା. ବର୍ତ୍ତମାନ ପୋଲିସ ଏହାର ଅଧିକ ତଦନ୍ତ ଚଲାଇଛି.

LEAVE A REPLY

Please enter your comment!
Please enter your name here