ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଯୁବକଙ୍କ ଶକ୍ତ ଚାପୁଡା । ଆଜି ସକାଳେ ସୁରେନ୍ଦ୍ରନଗର ଜିଲ୍ଲାରେ ଏକ ସଭାରେ ଉଦବୋଧନ ଦେଉଥିବାବେଳେ ଜଣେ ଅଜଣା ଯୁବକ ସଭା ମଞ୍ଚ ଉପରେ ଚଢି ହାର୍ଦ୍ଦିକଙ୍କୁ ଚାପୁଡା ମାରିଥିଲେ । ତେବେ ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ଲୋକେ ଯୁବକଙ୍କୁ କାବୁ କରି ମାଡ ମାରିଥିଲେ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଯୁବକଙ୍କୁ ଗିରଫ କରିଛି । ତେବେ ଏହି ଘଟଣା ପରେ କଂଗ୍ରେସ ବିଜେପିକୁ ଦାୟି କରିଛି ।

LEAVE A REPLY

Please enter your comment!
Please enter your name here