ମୁମ୍ବାଇର ୨୦ ମହଲା କୋଠାରେ ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଛି । କମଲା ବିଲ୍ଡିଂରେ ନିଆଁ ଲାଗିବା ପରେ କିଛି ଲୋକେ ଗୁରୁତ୍ତର ଭାବେ ଅସୁସ୍ଥ ହୋଇପଡିଥିଲେ । ଏମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ହାଇଥିବାବେଳେ ଧୂଆଁ ଯୋଗୁଁ ଶ୍ୱାସ ରୁଦ୍ଧ ହୋଇ ଏମାନଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଏବେ ବି ୧୦ରୁ ଅଧିକ ଲୋକଙ୍କର ଚିକିତ୍ସା ଚାଲିଛି । ଆଜି ସକାଳୁ ମୁମ୍ବାଇର ୨୦ ମହଲା କମଲା ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା । କୋଠାର ୧୮ ମହଲାରେ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ପ୍ରବଳ ଧୂଆଁ ଯୋଗୁଁ ରେସ୍କ୍ୟୁ ଅପରେସନରେ ବି ବାଧା ଉପୁଜିଥିଲା ।

LEAVE A REPLY

Please enter your comment!
Please enter your name here