ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଆଜି ଦ୍ୱିତୀୟ ଦିନରେ ପହଁଞ୍ଚିଛି । ଋଷ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ କରିବାରେ ଲାଗିଛି । ବିସ୍ଫୋରଣରେ ଏବେ ଥରୁଛି ୟୁକ୍ରେନ । ପରିସ୍ଥିିତି ଏତେ ଭୟାନକ ଅଛି ଯେ, ୟୁକ୍ରେନରେ ରହୁଥିବା ଭାରତୀୟ ଛାତ୍ର ଭୟଭୀତ ଅଛନ୍ତି । ୟୁକ୍ରେନରେ ବର୍ତ୍ତମାନ ଖାଦ୍ୟ ପାନୀୟ ମିଳିବା ମୁସ୍କିଲ ହୋଇପଡିଛି । ଏମିତିକି ଏଟିଏମରୁ ଟଙ୍କା ମଧ୍ୟ ସରିଯାଇଛି ବୋଲି ଜଣେ ଛାତ୍ର ଭିଡିଓ ମାଧ୍ୟମରେ କହିଛନ୍ତି । ଏମବିବିଏସ କରିବା ପାଇଁ ଅନେକ ଛାତ୍ର ୟୁକ୍ରେନ ଯାଇଥିଲେ । ହେଲେ ଏମିତି ପରିସ୍ଥିିତି ଉପୁଜିବ ବୋଲି ସେ ଆକଳନ କରିନଥିବା ଭିଡିଓ ମାଧ୍ୟମରେ ସରକାରଙ୍କୁ ଗୁହାରି କରୁଛନ୍ତି ।
ଓଡିଶାର ଜଣେ ଛାତ୍ର ଉଜ୍ଜଳ କୁମାର ଭାରତୀୟ ଦୂତାବାସକୁ ଆସି ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ୟୁକ୍ରେନର ସ୍ଥିିତି ବିଗିଡିବାରେ ଲାଗିଛି । ଖାଦ୍ୟ ସାମଗ୍ରୀ ମଧ୍ୟ ମିଳୁନାହିଁ । ପ୍ରତି ୧୫ ମିନିଟ୍ ରେ କେଉଁ ନାଁ କେଉଁ ସହରରେ ବମ ବ୍ଲାଷ୍ଟ ହେଉଛି । ଏଠାରୁ ସୁରକ୍ଷିତ ଭାବେ ଭାରତ ଫେରାଇନେବାକୁ ଭାରତ ସରକାରଙ୍କୁ ହାତଯୋଡି ନେହୁରା ହୋଇଛନ୍ତି ଛାତ୍ର ।

LEAVE A REPLY

Please enter your comment!
Please enter your name here