ଋଷିଆ-ୟୁକ୍ରେନ ଯୁଦ୍ଧରେ ଆସିପାରେ ନୂଆମୋଡ । ଋଷିଆର ପ୍ରଚଣ୍ଡ ମିଜାଇଲ୍ ଆକ୍ରମଣ ସତ୍ତ୍ବେ ହାର୍ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଜେଲେନସ୍କି । ୟୁକ୍ରେନର ଅନେକ ସହର ଧ୍ବଂସ କରିବା ପରେ ବି ଋଷିଆକୁ ପ୍ରତିରୋଧ କରିବା ପାଇଁ ବଳ ଜୁଟାଉଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଗତ ସପ୍ତାହରେ ୟୁକ୍ରେନ ସେନାକୁ ମିଳିଛି ଅତ୍ୟାଧୁନିକ ଆଣ୍ଟି ଟ୍ୟାଙ୍କ ମିସାଇଲ୍ । ବ୍ରିଟେନ 3615 ଟି ଲାଇଟ୍ ଆଣ୍ଟି ଟ୍ୟାଙ୍କ ମିସାଇଲ୍ ୟୁକ୍ରେନକୁ ଦେଇଥିବା ବେଳେ ଜର୍ମାନୀ 1000 ଆଣ୍ଟି ଟ୍ୟାଙ୍କ ଅସ୍ତ୍ରଶସ୍ତ୍ର ପଠାଇଛି । ନରଓ୍ବେ 2000 ଏବଂ ସ୍ବଡେନ ପକ୍ଷରୁ 5000 ଆଣ୍ଟି ଟ୍ୟାଙ୍କ୍ ମିସାଇଲ୍ ପଠାଇଛି । ଆମେରିକା ମଧ୍ୟ ଜାଭଲିନ୍ ମିସାଇଲ୍ ସିଷ୍ଟମ୍ ପଠାଇଛି । ଫଳରେ ୟୁକ୍ରେନ ସେନା ଋଷିଆକୁ ପ୍ରତିରୋଧ କରିବା ପାଇଁ ଏବେ ଶକ୍ତିଶାଳୀ ହେବାରେ ଲାଗିଛି । ସାମରିକ ଦୃଷ୍ଟିରୁ ୟୁକ୍ରେନ ଶକ୍ତିଶାଳୀ ହେବା ପ୍ରମାଣ କରୁଛି, ନିକଟରେ ଯୁଦ୍ଧର ପରିସମାପ୍ତି ହେବାର ପ୍ରଶ୍ନ ଉଠୁନି । ଅନ୍ୟପକ୍ଷରେ ଋଷିଆ ମଧ୍ୟ ଚାପର ସମ୍ମୁଖୀନ ହେବାରେ ଲାଗିଛି । ନାଟୋ ଏବଂ ପାଶ୍ଚାତ୍ୟ ରାଷ୍ଟ୍ର ଋଷିଆ ସହ ସିଧାସଳଖ ଯୁଦ୍ଧ କରୁ ନ ଥିଲେ ବି ୟୁକ୍ରେନକୁ ସାମରିକ ସହଯୋଗ କରିବା ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here