‘ଯଦି ଏସଡିଏମ ହେବାକୁ ଅଛି, ତାହେଲେ ବିଜେପିକୁ ଜିତାଅ’. ଏଭଳି କଥା ଜଣେ ଜୁନିୟର ମହିଳା ଅଧିକାରୀଙ୍କୁ କହିଛନ୍ତି କଲେକ୍ଟର ଅନୁଭା ଶ୍ରୀବାସ୍ତବ. ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି. ତେବେ ଖବର ଅନୁସାରେ, ଜଣେ କଲେକ୍ଟର ତାଙ୍କୁ ଜୁନିୟର ମହିଳା ଅଧିକାରୀଙ୍କୁ ହ୍ୱାଟସ ଆପରେ ବିଜେପିକୁ ଜିତାଇବା ପାଇଁ କିଛି ବି କରିବାକୁ କହିଛନ୍ତି. ‘ଯଦି ନିର୍ବାଚନ ପରେ ତୁମକୁ ଏସଡିଏମ ଦାୟିତ୍ୱ ନେବାର ଅଛି, ତାହେଲେ ଯେ କୌଣସି ପ୍ରକାରେ ବିଜେପିକୁ ଜିତାଅ ବୋଲି କହିଛନ୍ତି କଲେକ୍ଟର ଅନୁଭା’. ଚାଟ ରେ ସେ ପୂଜା ତିୱାରୀଙ୍କୁ କହିଛନ୍ତି ‘ମତେ କଂଗ୍ରେସ କ୍ଲିନ ସ୍ୱିପ ଦରକାର. ମୁଁ ଆରଓ ଦେହୋରିଆକୁ ଫୋନ କରୁଛି. ପୂଜା ତୁମକୁ ଯଦି ଏସଡିଏମ ହେବାର ଅଛି ଜୈତପୁରରେ ବିଜେପିକୁ ଜିତାଅ’. ପରେ ପୂଜା କହିଛନ୍ତି ‘ଓକେ ମ୍ୟାମ୍. ମୁଁ ମ୍ୟାନେଜ କରିବି. ହେଲେ କିଛି ଏନକ୍ୱାରି ହେବନି ତ’. ଏହା ପରେ ଅନୁଭା କହିଛନ୍ତି ‘ମୁଁ ଅଛି. ବିଜେପି ସରକାର ହେଲେ ତୁମକୁ ଏସଡିଏମ ଚାର୍ଜ ମିଳିବ’. ତେବେ ଅନୁଭା ହେଉଛନ୍ତି ଶହଡୋଲ କଲେକ୍ଟର. ପୂର୍ବ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପି ତୁଳନାରେ ଅଧିକ ଭୋଟ ପାଇଥିଲା. ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି.

 

LEAVE A REPLY

Please enter your comment!
Please enter your name here