ଦିଲ୍ଲୀ ମଦ ନୀତି ମାମଲା । ସିବିଆଇ ସମନ ନେଇ କଡା ପ୍ରତୀକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯାଞ୍ଚ ନାଁରେ ଲୋକଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଲୋକଙ୍କୁ ଟର୍ଚର କରୁଛନ୍ତି । କେଜ୍ରିୱାଲ କହିଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ଶିଷୋଦିଆଙ୍କ ଉପରେ ମିଥ୍ୟା ଅଭିଯୋଗ ଲଗାଇ ଫସାଇ ଦିଆଯାଇଛି । ବିଜେପି ଗର୍ଜନ କରି ଅବକାରୀ ନୀତି ଦୁର୍ନିତୀ ନେଇ ଡେଙ୍ଗୁରା ପିଟୁଛି । ସବୁକାମ ଛାଡି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଖାଲି ଏହା ପଛରେ ପଡିଛନ୍ତି । ହେଲେ ଯାଞ୍ଚରୁ କଣ ମିଳିଛି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ । ଇଡି ଏବଂ ସିବିଆଇ କୋର୍ଟରେ ମିଥ୍ୟା ତଥ୍ୟ ଦାଖଲ କରି ଭୁଆଁ ବୁଲାଉଛନ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ମିଛ କହି ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଷୋଦିଆଙ୍କୁ ଫସାଇ ଗିରଫ କରାଯାଇଛି । ଏଥିସହିତ କିଛି ଲୋକଙ୍କ ନାଁ ନେଇ କେଜ୍ରିୱାଲ କହିଛନ୍ତି ଏମାନଙ୍କୁ ମାଡ ମାରି ଡରାଇ , ଧମକାଇ ମିଥ୍ୟା ତଥ୍ୟ କାଢିବାକୁ ଉଦ୍ୟମ କରୁଛନ୍ତି । ଏହା କଣ ଚାଲିଛି ବୋଲି ପିଏମ ମୋଦୀଙ୍କୁ ପଚାରୁଛି ବୋଲି କହିଛନ୍ତି କେଜ୍ରିୱାଲ । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାରେ ପଚରାଉଚରା ପାଇଁ କେଜ୍ରିୱାଲଙ୍କୁ ଆସନ୍ତାକାଲି ସିବିଆଇରେ ହାଜର ହେବା ଲାଗି ଦିଆଯାଇଛି ନୋଟିସ୍ ।

LEAVE A REPLY

Please enter your comment!
Please enter your name here