ସାପ ସହ ଅନେକ ଦୁଃସାହସିକ ଖେଳ ଆପଣ ଦେଖିଥିବେ । ହେଲେ ସାପକୁ ନାକରେ ପୁରାଇ ପାଟିରେ ବାହାର କରିବା ଖେଳ କେବେ ଦେଖିଛନ୍ତି କି । ଅଭିନେତା ବିଦ୍ୟୁତ୍ ଜାମୱାଲ ଏହି ଭିଡିଓ ଏବେ ସେୟାର କରିଛନ୍ତି । ସେ ସେୟାର କରିଥିବା ଭିଡିଓରେ ଜଣେ ବ୍ୟକ୍ତି ତାଙ୍କ ନାକର ଗୋଟିଏ ପୁଡାରେ ସାପର ମୁହଁକୁ ଭର୍ତ୍ତି କରୁଛନ୍ତି ଏବଂ ଆରହାତରେ ସାପର ଲାଞ୍ଜକୁ ଧରିଛନ୍ତି । କିଛି ସମୟ ପରେ ସାପଟିର ମୁହଁକୁ ସେ ପାଟିବାଟେ ବାହାର କରୁଛନ୍ତି । ଏହା ଯେତିକି ଆଶ୍ଚର୍ଯ୍ୟ ଚକିତ କଲା ଭଳି ଦୃଶ୍ୟ, ସେତିକି ଭୟଙ୍କର ମଧ୍ୟ । ସାଧାରଣତଃ ସାପକୁ ଦେଖିଲେ ଲୋକେ ଭୟ କରନ୍ତି, କିନ୍ତୁ ଏହି ବ୍ୟକ୍ତିଙ୍କ ଏଭଳି ଦୁଃସାହସିକ କାର୍ଯ୍ୟ ଏବଂ ସାପଟି ନାକବାଟେ ପଶି ପାଟି ବାଟେ ବାହାରିବା ପରେ ବି ସଂପୃକ୍ତ ବ୍ୟକ୍ତିଙ୍କ କୌଣସି ହାନୀ ନ କରିବା ସମସ୍ତଙ୍କୁ ଚକିତ କରିଛି । ତେବେ ବିଦ୍ୟୁତ୍ ଲେଖିଛନ୍ତି ଯେ, ଦୁର୍ବଳ ହୃଦୟର ଲୋକମାନେ ଏହି ଭିଡିଓ ଦେଖିବା ଉଚିତ୍ ନୁହେଁ ।

LEAVE A REPLY

Please enter your comment!
Please enter your name here