ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁରକ୍ଷା ପାଇଁ ଆସିଲା ନୂଆ କାର୍ । ନୂଆ ଗାଡିଟି ବୁଲେଟ୍ ପ୍ରୁଫ୍ ଓ ବିସ୍ଫୋରଣ ନିରୋଧୀ । ରେଞ୍ଜ ରୋଭର ଭଗ୍ ଓ ଟୟୋଟା ଲ୍ୟାଣ୍ଡ କ୍ରୁଇଜର ବଦଳରେ ପ୍ରଧାନମନ୍ତ୍ରୀ ମୋଦି ଚଢ଼ିବେ ମର୍ସିଡିସ୍ ମେବାକ୍ ଏସ୍‌-୬୫୦। କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୨ କୋଟି ଟଙ୍କାର ଏହି କାର୍ କିଣାଯାଇଛି। ତେବେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କର ଭାରତକୁ ଆଗମନ ବେଳେ ମୋଦି ପ୍ରଥମ ଥର ପାଇଁ ଏହି ଗାଡିରେ ହାଇଦ୍ରାବାଦ ହାଉସ ଆସିଥିଲେ । ଏଥିରେ ସୁରକ୍ଷା ବ୍ୟବସ୍ଥା ରହିଛି । ବୋଇଂ ଏଏଚ-୬୪ ଆପାଚି ହେଲିକପ୍ଟର ଭଳି ସୁରକ୍ଷିତ ଫୁଏଲ ଟ୍ୟାଙ୍କ ରହିଛି । ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଗତି କରିପାରିବ । ଗାଡିରେ ବସିଥିବା ଲୋକେ ୨ ମିଟର ଦୂରରୁ ୧୫ କିଲୋ ଓଜନର ବିସ୍ଫୋରକର ବିସ୍ଫୋରଣକୁ ସମ୍ଭାଳିପାରିବେ । ଗାଡିର ତଳ ପାର୍ଟ ସମ୍ପୂର୍ଣ୍ଣ ଭାବରେ ବିସ୍ଫୋରଣ ନିରୋଧୀ । ସେହିପରି ଭିତର ପଟେ ଗାଡିର କାଚ ଏବଂ ଡୋର ଗୁଡିକ ମଧ୍ୟ ଯାତ୍ରୀଙ୍କୁ ସୁରକ୍ଷା ଦେବାଲାଗି ତିଆରି ହୋଇଛି । ଗ୍ୟାସ ଆକ୍ରମଣରୁ ମଧ୍ୟ ଏହି ଗାଡି ପ୍ରତିହତ କରିପାରିବ । ଗାଡିର ଚକ ମଧ୍ୟ ସ୍ୱତନ୍ତ୍ର ଶୈଳୀରେ ନିର୍ମାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here