ତେଲେଙ୍ଗାନାରେ ଟିଆରଏସକୁ ବହୁମତର ସମର୍ଥନ ମିଳିବା ପରେ ଗୁରୁବାର କେ ଚନ୍ଦ୍ର ଶେଖର ରାଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେଲେଙ୍ଗାନା ରାଜଭବନରେ ଶପଥ ଗ୍ରହଣ ସମାରୋହ କରାଯାଇଥିଲା । ଦଳର ବିଭିନ୍ନ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କେ. ଚନ୍ଦ୍ର ଶେଖର ରାଓ ଶପଥ ନେଇଛନ୍ତି । ଏହି ସମାରୋହ ପରେ ଦଳର ବୈଠକ ହେବ । ଯେଉଁଠାରେ କେସିଆର ନିଜ ନେତାମାନଙ୍କୁ ବାଛିବେ ।
ସୁଚନାନୁସାରେ, ଟିଆରଏସକୁ ୧୧୯ଟି ଆସନରୁ ୮୮ ଟି ଆସନରୁ ସମର୍ଥନ ମିଳିଥିଲା । ଏଥର ରାଜ୍ୟରେ ଟିଆରଏସ୍ ବିରୁଦ୍ଧରେ କଂଗ୍ରେସ, ଟିଡିପି ଏବଂ ବାମ ଦଳଙ୍କ ମଜବୁତ ଗଠବନ୍ଧନ ଥିବା ସତ୍ୱେ ମଧ୍ୟ କେସିଆର ଏକାକୀ ନିର୍ବାଚନ ଲଢିଥିଲେ ।

LEAVE A REPLY

Please enter your comment!
Please enter your name here