ବଲିଉଡ୍ ଅଭିନେତା ଶାହରୁଖ୍ ଖାନଙ୍କ ପୁଅ ଆୟର୍ନ୍ନଙ୍କୁ ମିଳିଲା ଜାମିନ । କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆୟର୍ନ୍ନ ଖାନ୍ 26 ଦିନ ବିଚାର ବିଭାଗ ହାଜତରେ ରହିବା ପରେ ବମ୍ବେ ହାଇକୋର୍ଟ ଆୟର୍ନ୍ନଙ୍କ ସମେତ ତିନିଜଣଙ୍କ ଜାମିନ ମଂଜୁର କରିଛନ୍ତି । ଆୟର୍ନଙ୍କ ପାଇଁ ପୂର୍ବତନ ଆଡଭୋକେଟ ଜେନେରାଲ ମୁକୁଲ ରୋହତଗୀ ମୋକଦ୍ଦମା ଲଢୁଥିଲେ । ତେବେ ଆସନ୍ତାକାଲି କୋର୍ଟରୁ ବିଧିବଦ୍ଧ ଅର୍ଡର ପ୍ରକାଶ ପାଇବା ପରେ ଆୟର୍ନ ଜେଲରୁ ମୁକୁଳିବେ ।

ଆୟର୍ନ ଖାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ଗତ ଛବିଶ ଦିନ ଧରି ବଲିଉଡ ଅଭିନେତା ଶାହରୁଖ୍ ଖାନ୍ ଦିନରାତି ଏକ୍ କରିଦେଇଥିଲେ । ଦେଶର ସବୁଠୁ ନାମୀଦାମୀ ଓକିଲଙ୍କ ସାଙ୍ଗେ ପରାମର୍ଶ କରିଥିଲେ । ତେବେ ଗତ ତିନିଦିନ ଧରି ମାରାଥନ ଶୁଣାଣୀ ପରେ ବମ୍ବେ ହାଇକୋର୍ଟ ଜାମିନ ମଂଜୁର କରିଛନ୍ତି । ଆୟର୍ନଙ୍କ ସମେତ ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ ଧମେଚ୍ଚାଙ୍କୁ ମଧ୍ୟ କୋର୍ଟ ଜାମିନ ଦେଇଛନ୍ତି ।

ଶାହରୁଖ୍ ଶାନଙ୍କ ପୁଅ ଆୟର୍ନ କ୍ରୁଜ୍ ଜାହଜରେ ରେଭ୍ ପାର୍ଟିରେ ସାମିଲ ଥିବାବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ଅଥରିଟୀ ଟିମ୍ ଚଢାଉ କରି ତିନିଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଆପତ୍ତିଜନକ ନିଶାଦ୍ରବ୍ୟ ଜବତ କରିଥିଲେ ।

LEAVE A REPLY

Please enter your comment!
Please enter your name here