ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ବିସର୍ଜନ ପାଇଁ ବିଜେପି ପକ୍ଷରୁ ଦେଶବ୍ୟାପି ଅଭିଯାନ ଚାଲିଥିବା ବେଳେ ବିଜେପି ନେତାଙ୍କ ଆଚରଣକୁ ନେଇ ବ୍ୟଙ୍ଗୋକ୍ତି ପ୍ରକାଶ ପାଇଛି । ବୁଧବାର ବାଜପେୟୀଙ୍କ ଚିତାଭସ୍ମ ଛତିଶଗଡ ରାୟପୁରରେ ପହଞ୍ଚିଥିଲା । ଦିବଂଗତ ନେତାଙ୍କ ଚିତାଭସ୍ମ ସାମନାରେ ବସିଥିବା ବିଜେପି ନେତାମାନେ ଶୋକବ୍ୟକ୍ତ କରିବା ପରିବର୍ତ୍ତେ କିଛି କଥାକୁ ନେଇ ମନଖୋଲା ହସୁଥିବା ଦେଖାଯାଇଥିଲା । ହସୁଥିବା ବିଜେପି ନେତା ହେଲେ ଛତିଶଗଡ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଜୟ ଚନ୍ଦ୍ରାକର ଓ ବ୍ରଜମୋହନ ଅଗ୍ରଓାଲ ।

LEAVE A REPLY

Please enter your comment!
Please enter your name here