ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଏକ ଉଚ୍ଚ ପଦାଧିକାରୀଙ୍କ ଟିମ୍ ସହିତ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପୁରା ଦମରେ ଲାଗିପଡିଛନ୍ତି ଭାରତ ସରକାର । ରାଷ୍ଟ୍ରପତି ଟ୍ରମ୍ପ ୨୪ ତାରିଖ ସୋମବାର ଦିନ ୧୨ଟାରେ ଅହମ୍ମଦାବାଦର ସର୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିିବେ । ଅହମ୍ମଦାବାଦ ଏୟାରପୋର୍ଟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଜୋରଦାର ସ୍ୱାଗତର ଆୟୋଜନ କରାଯାଇଛିି । ଏୟାରପୋର୍ଟରୁ ୧୦ କିଲୋମିଟର ଯାଏଁ ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ‘ରୋଡ ସୋ’ରେ ସାମିଲ ହେବେ । ଅନ୍ୟ ଦେଶର ରାଷ୍ଟ୍ରପତିଙ୍କ ସବୁଠୁ ଲମ୍ବା ରୋଡ ସୋ ପର୍ଯ୍ୟାୟରେ ଏହା ଦେଶର ପ୍ରଥମ ରୋଡ୍ ସୋ ହେବ । ରୋଡ ସୋରେ ତାଙ୍କୁ ସ୍ୱାଗତ ପାଇଁ ୧କୋଟି ଲୋକ ଆସିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଟ୍ରମ୍ପ । ଟ୍ରମ୍ପ ତାଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ପାଇଁ ବହୁତ ଉତ୍ସାହିତ ଥିବା ଜଣାପଡିଛି । ଏହାପରେ ଟ୍ରମ୍ପ ବିଶ୍ୱର ସର୍ବବୃହତ ଷ୍ଟାଡିୟମ ମୋର୍ଟାରରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସାମିଲ ହେବେ । ଟ୍ରମ୍ପଙ୍କ ଗସ୍ତକୁ ନଜରରେ ରଖି ଅହମ୍ମଦାବାଦ ସହରକୁ ସୁନ୍ଦର ଭାବେ ସଜାଯାଇଛି । ୨୮ଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ଯେଉଁଥିରେ ଭାରତର ଝଲକ ଦେଖିବାକୁ ମିଳିବ । ଟ୍ରମ୍ପଙ୍କ ଆଗମନ ପାଇଁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ସମ୍ବେଦନଶୀଳ ଜାଗାରେ ପୁୁଲିସ ଫୋର୍ସ ମୁତୟନ କରାଯାଇଛି । ରାସ, ରାଠବା ନୃତ୍ୟ, ହୁଡୋ ରାସ, କଚ୍ଛି ଗରବା, ମେବାସୀ ନୃତ୍ୟ, ମିଶ୍ର ରାସ, ମଞ୍ଜରୀ ରାସ, ମଣିୟାରୋ ଡାଙ୍ଗ ନୃତ୍ୟ, ଗୋକ ଡ୍ୟାନ୍ସ ଆଦି ପରିବେଷଣର ଆୟୋଜନ ହୋଇଛି । ପ୍ରସିଦ୍ଧ ଗାୟକ କୈଳାଶ ଖେରଙ୍କ ଜୟ ଜୟ ଧ୍ୱନୀରେ ମୋଟେରା ଷ୍ଟାଡିୟମ ପ୍ରକମ୍ପିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମୁଖରେ ‘ଜୟ-ଜୟ କାରା ସ୍ୱାମୀ ଦେନା ସାଥ ହମାରା’ ଗାଇ ସଙ୍ଗୀତ ପରିବେଷଣ କରିବେ । ‘ଅଗଡ ବମ୍‌-ବମ୍ ଲହରୀ’ରେ ସେ ନିଜ ସଙ୍ଗୀତ ପରିବେଷଣ ଶେଷ କରିବେ । ଏନେଇ କୈଳାଶ କହିଛନ୍ତି ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମଧ୍ୟ ନିଜ ସହ ନଚାଇବାକୁ ଚାହୁଁଛନ୍ତି । କୈଳାଶଙ୍କ ବ୍ୟତୀତ ଗୁଜୁରାଟୀ ଗାୟକ କିର୍ତ୍ତିଦାନ ଗଢଭି ମଧ୍ୟ ଏହି ସମାରୋହରେ ସଙ୍ଗୀତ ପରିବେଷଣ କରିବେ । ୧୫୦ ମିନିଟ ଅହମ୍ମଦାବାଦରେ ରହିବା ପରେ, ଆଗ୍ରା ଯାତ୍ରାର ବ୍ୟବସ୍ଥା ରହିଛି । ସେଠାରେ ସେ ସୂର୍ଯ୍ୟାସ୍ତ ପୂର୍ବରୁ ୧ ଘଣ୍ଟା ତାଜମହଲ ବୁଲିବେ । ଆଗ୍ରା ଯାତ୍ରା ପରେ ସେ ଦିଲ୍ଲୀ ଯିବାର ବ୍ୟବସ୍ଥା ରହିଛି । ସେ ଦିଲ୍ଲୀର ଚାଣକ୍ୟପୁରୀର ହୋଟେଲ ମୌର୍ଯ୍ୟରେ ରହିବେ । ୨୫ ତାରିଖ ୧୦ଟା ବେଳେ ରାଷ୍ଟ୍ରପତି ଭବନରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆଙ୍କ ସ୍ୱାଗତ କାର୍ଯ୍ୟକ୍ରମ ରହିଛି । ସେଠାରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସେମାନଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ଏହାପରେ ୧୦:୪୫ରେ ଟ୍ରମ୍ପ ଓ ମେଲାନିଆ ରାଜଘାଟ ଯିବେ ଓ ସେଠାରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ । ୧୧:୩୦ରେ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଏହି ଆଲୋଚନାରେ ରକ୍ଷା, ରଣନୀତି, ଆତଙ୍କ ରୋକିବା ଆଦି ବିଷୟ ଉପରେ ଆଲୋଚନା ହେବ । ଏହାପରେ ମେଲାନିଆ ଟ୍ରମ୍ପ ଦିଲ୍ଲୀସ୍ଥିତ ହାପିନେସ ସରକାରୀ ସ୍କୁଲ ଭ୍ରମଣରେ ଯିବେ ଏବଂ ଦ୍ୱିପହର ୩ଟାରେ ରାଷ୍ଟ୍ରପତି ୟୁଏସ ଦୁୁତାବାସକୁ ଯାଇ ସେଠାରେ ଉଦ୍ୟୋଗପତି ମାନଙ୍କୁ ଦେଖା କରିବେ । ସେଠାରୁ ସେ ରାଷ୍ଟ୍ରପତି ଭବନ ଯିବେ ଏବଂ ସେଠାରେ ତାଙ୍କ ଭୋଜନର ଆୟୋଜନ କରାଯାଇଛି । ଏହାପରେ ରାତି ୧୦ଟାରେ ସେମାନେ ଆମେରିକା ଫେରିଯିବେ ।

LEAVE A REPLY

Please enter your comment!
Please enter your name here