ଛତିଶଗଡ ରାଏପୁରରେ ଥିବା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ବିସ୍ପୋରଣ ଘଟି ୮ଜଣଙ୍କ ମୃତୁ୍ୟ ହେବା ସହ ୧୪ଜଣ ଆହତ ହୋଇଥିବା ସୂଚନା ମିଳିଛି । ପାଖାପାଖି ୨୦ ଜଣ ଶ୍ରମିକ କାମ କରୁଥିବା ସମୟରେ ହଠାତ ଏକ ପାଇପ ଲାଇନ ଫାଟିଯିବାରୁ ବିସ୍ଫୋରଣ ହୋଇଛି । ଉକ୍ତ ପାଇପ ଲାଇନଟି କାମ ଚାଲୁଥିବା ସମୟରେ ଏହି ଦୂର୍ଘଟଣା ଘଟିଛି । ତେବେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଶ୍ରମିକମାନେ ଏଣେତେଣେ ଛିଟିକି ପଡିଥିବା କହିଛନ୍ତି ପ୍ଲାଣ୍ଟର ଜଣେ କର୍ମଚାରୀ । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ତେବେ ଆଗକୁ ମୃତୁ୍ୟ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here