ଭାରତ ପାଇଁ ପୁଣି ଗୌରବ ଆଣିଛନ୍ତି ଜେରେମି ଲାର୍ରିନୁଙ୍ଗା. ଆର୍ଜେଣ୍ଟିନାର ବୁଏନ୍ସଆୟରିସ୍‌ରେ ଅନୁଷ୍ଠିତ ହୋଇଥିବା ତୃତୀୟ ଯୁବ ଅଲମ୍ପିକ୍ସରେ ଲାର୍ରିନୁଙ୍ଗା ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଆଉ ଏକ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି. ତେବେ ଏହି ସଫଳତା ମାଧ୍ୟମରେ ସେ ଯୁବ ଅଲମ୍ପିକ୍ସରେ ଦେଶ ପାଇଁ ସର୍ବପ୍ରଥମ ସ୍ୱର୍ଣ୍ଣ ହାସଲ କରିଛନ୍ତି. 15 ବର୍ଷିୟ ଜେରେମି ଲାର୍ରିନୁଙ୍ଗା 62 କିଲୋ ପୁରୁଷ ଭାରତ୍ତୋଳକ ବର୍ଗରେ ଏହି ସ୍ୱର୍ଣ୍ଣ ଜିତି ପାରିଛନ୍ତି. ସଫଳତାର ସହ ଜର୍କରେ 120 କିଲୋ ଏବଂ 124 କିଲୋ ଏବଂ ସ୍ନାଚରେ 142 କିଲୋ ଏବଂ 150 କିଲୋ ଉଠାଇ ତୁର୍କୀର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି. ତେବେ ବର୍ତ୍ତମାନସୁଦ୍ଧା ଏହି ଅଲମ୍ପିକ୍ସରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ ଓ ତିନୋଟି ରୌପ୍ୟ ମିଳିଛି.

 

LEAVE A REPLY

Please enter your comment!
Please enter your name here