ଆର୍ଥିକ ରୂପେ ଦୁର୍ବଳ ଓ ପଛୁଆ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ଲୋକଙ୍କ ପାଇଁ ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ 10 ପ୍ରତିଶତ ସଂରକ୍ଷଣ ପାଇଁ ମୋଦି ସରକାର ଲୋକସଭା ଓ ରାଜ୍ୟସଭାରେ ବିଲ୍ ଗୃହୀତ କରାଇଥିଲେ. ବର୍ତ୍ତମାନ ଏହାକୁ ଯଥାଶୀଘ୍ର ଲାଗୁ କରିବା ନିମନ୍ତେ ଥିବା ସମସ୍ତ ନିୟମକୁ ଜଲଦି ପୂରଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି. ରାଜ୍ୟସଭା ଅଧ୍ୟକ୍ଷଙ୍କ ହସ୍ତାକ୍ଷର ପାଇଁ ଏହାକୁ ବର୍ତ୍ତମାନ ନେଲୋର ପଠାଯାଇଛି. ଶନିବାର ଦିଲ୍ଲୀରେ ଏହା ପହଞ୍ଚିବା ପରେ ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ. ପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହାକୁ ଆସନ୍ତା ମାସରୁ ଲାଗୁ କରାଯିବ ଏବଂ ଏହାର ନିୟମ ଓ ଲାଭ ବିଷୟରେ ବିଜ୍ଞପ୍ତି ଜାରି କରାଯିବ. ଫଳରେ ଏହି ସ୍କିମରେ ଆସୁଥିବା ପିଲାମାନେ ନିଜ ପାଠପଢା ପାଇଁ ଏହାର ଫାଇଦା ଉଠାଇ ପାରିବେ.

 

LEAVE A REPLY

Please enter your comment!
Please enter your name here