ଆମାଜନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେଫ୍ ବେଜୋସ ନିଜ ପତ୍ନୀଙ୍କଠାରୁ ଅଲଗା ହେବା ପାଇଁ ଘୋଷଣା କରିଛନ୍ତି. ନିଜ ପତ୍ନୀ ମ୍ୟାକେଞ୍ଜି ବେଜୋସଙ୍କ ସହ ଥିବା ଦୀର୍ଘ 25 ବର୍ଷର ସଂପର୍କକୁ ସେ ତୁଟାଇବେ ବୋଲି ବୁଧବାର ଟ୍ୱିଟ କରି ଜଣାଇଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟ, ଜେଫ୍ ବେଜୋସ୍ ହେଉଛନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏବଂ ତାଙ୍କ ସଂପତ୍ତିର ମୂଲ୍ୟ ପ୍ରାୟ 137 ଆରବ ଡଲାର. ତାଙ୍କ ପତ୍ନୀ ମ୍ୟାକେଞ୍ଜି ବେଜୋସ ହେଉଛନ୍ତି ଆମାଜନର ପ୍ରଥମ କର୍ମଚାରୀ. ଏହାଛଡା ସେ ମଧ୍ୟ ଜଣେ ଉପନ୍ୟାସକାର ଏବଂ ବିଭିନ୍ନ ବହି ମଧ୍ୟ ସେ ଲେଖିଛନ୍ତି, ଯାହାମଧ୍ୟରେ The Testing of Luther Albright ଭଳି ପୁସ୍ତକ ସାମିଲ ଅଛି. ମ୍ୟାକେଞ୍ଜି କହିଛନ୍ତି ଯେ, ଆମେ କପୁଲ ହିସାବରେ ବହୁତ ଭଲ ସମୟ ବିତାଇଛୁ. ଆଉ ବର୍ତ୍ତମାନ ଆମେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ. ଏହା ପରଠାରୁ ଆମେ ଦୁହେଁ ସାଙ୍ଗ ହିସାବରେ ଜୀବନ ବିତାଇବୁ.

LEAVE A REPLY

Please enter your comment!
Please enter your name here