ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଖି ବୁଜିଲେ ୪ ଜାତୀୟ ସ୍ତରୀୟ ହକି ଖେଳାଳି | ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ସୋମବାର ସକାଳେ ଘଟିଛି ଏହି ଦୁର୍ଘଟଣା | ଭାରସାମ୍ୟ ହରାଇ ଗଛରେ କାର ପିଟିହେବା ଫଳରେ ୪ ଜଣକ ମୃତ୍ୟୁ ହୋଇଥିବେ ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯ଼ାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୋସଙ୍ଗାବାଦରେ ହେବାକୁ ଯାଉଥିବା ମେଜର ଧ୍ୟାନଚାନ୍ଦ୍ ଟୁର୍ଣ୍ଣାମେଂଟରେ ସାମିଲ ହେବାକୁ ଏହି ଖେଳାଳିମାନେ ଏକ ସ୍ୱିଫ୍ଟ ଡିଜାୟର ଗାଡିରେ ଯାଉଥିଲେ | ତେବେ ଏହି ସମୟର ଗାଡିର ଗତି ଅଧିକ ଥିବା ବେଳେ ଗାଡିଟି ଏକ ଗଛରେ ପିଟି ହୋଇଯାଇଥିଲା | ଆହତ ୩ଜଣଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବା ଜଣାପଡ଼ିଛି | ଧ୍ୟାନ ଚନ୍ଦ୍ର ଟ୍ରଫି ଖେଳିବା ନିମନ୍ତେ ଉକ୍ତ ଖେଳାଳିମାନେ ଇତାର୍ସିରୁ ହୋସଙ୍ଗାବାଦ ଅଭିମୁଖେ ଯାଉଥିବା ବେଳେ ୬୯ ନମ୍ବର ଜାତୀୟ ରାଜପଥର ରାଇସଲପୁର ଗାଁ ନିକଟରେ ସେମାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | କର ଟି ଗଛରେ ପିଟି ହେବା ପରେ ଏକ ଖାଲରେ ପଡ଼ି ଯାଇଥିଲା | କାର୍‌ଟି ପୂରା ଚୂରମାର ହୋଇଯାଇଛି | ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଘଟଣାର ତଦନ୍ତ କରୁଛି |

LEAVE A REPLY

Please enter your comment!
Please enter your name here