ଗ୍ୟାସ୍‌ ସିଲିଣ୍ଡର ଫାଟି ଭୁଶୁଡି ପଡିଲା ଦୁଇ ମହଲା କୋଠା | ଆଖିବୁଝିଲେ ୧୦ ଜଣ | ଏଥିସହ ୧୫ରୁ ଅଧିକ ଆହତ ହୋଇଛନ୍ତି | ଉତ୍ତର ପ୍ରଦେଶର ମହମ୍ମଦାବାଦର ବଲିଦପୁର ଗାଁରେ ଘଟିଛି ଏହି ଅଘଟଣ | ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ତେବେ ଭଙ୍ଗା କୋଠା ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯିବା ନେଇ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି | ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରି ମୃତକଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିବା ସହିତ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି | ଏହାସହ ଆହତମାନଙ୍କର ଚିକିତ୍ସା କିପରି ସୁବିଧାରେ ହୋଇପାରିବ ସେ ନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି | ଅନ୍ୟପକ୍ଷରେ ଗ୍ୟାସ୍‌ ସିଲିଣ୍ଡରଟି କେମିତି ଓ କେଉଁ କାରଣରୁ ଫାଟିଲା, ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି |

LEAVE A REPLY

Please enter your comment!
Please enter your name here