ସମଲିଙ୍ଗୀ ସମ୍ପର୍କ ନେଇ ଗୁରୁବାର ସୁପ୍ରିମକୋର୍ଟ ଦେଇଛନ୍ତି ଐତିହାସିକ ରାୟ । ସର୍ବୋଚ୍ଚ ଅଦାଲତର ୫ ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଛନ୍ତି । ଏହାଦ୍ୱାରା ପ୍ରଚଳିତ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ର ଉଚ୍ଛେଦ ହୋଇଛି । ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏହି ଖଣ୍ଡ ପୀଠରେ ଆର.ଏଫ.ନାରିମନ, ଡି. ୱାଇ. ଚନ୍ଦ୍ରଚୂଡ ପ୍ରମୁଖ ଏହି ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । ନିଶ୍ପତ୍ତି ଶୁଣାଇବା ସମୟରେ ଦୀପକ ମିଶ୍ର କହିଛନ୍ତି ଯେ, କେହିବି ନିଜ ବ୍ୟକ୍ତିତ୍ୱ ଠାରୁ ବଞ୍ଚିତ ହୋଇ ପାରିବେ ନାହିଁ । ସମାଜରେ ସମସ୍ତଙ୍କୁ ବଞ୍ଚିବାର ଅଧିକାର ରହିଛି ।
ଏହାପୂର୍ବରୁ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ କ୍ରିମିନାଲ ଆକ୍ଟ ଭାବରେ ଘୋଷଣା କରିଥିଲେ । ଧାରା ୩୭୭ଅନୁଯାୟୀ ଯେ କେହିବି କୌଣସି ପୁରୁଷ , ମହିଳା କିମ୍ବା ପଶୁଙ୍କ ସହ ପ୍ରକୃତି ବ୍ୟବସ୍ଥା ବିରୁଦ୍ଧରେ ଯୌନ ସମ୍ପର୍କ ରକ୍ଷା କରିବ ତେବେ ଏହି ଅପରାଧ ପାଇଁ ୧୦ ବର୍ଷର ଜେଲ ଦଣ୍ଡ କିମ୍ବା ଆଜିବନ କାରାଦଣ୍ଡ ସହିତ ଜୋରିମାନା ଆଦାୟ କରାଯାଉଥିଲା । ଏହା ସଙ୍ଗୀନ ଅପରାଧ ଥିଲା । ସୁପ୍ରିମ କୋର୍ଟଙ୍କ ଏହି ରାୟ ଦ୍ୱାରା ୧୫୭ ବର୍ଷର ପୁରୁଣା ଆଇନ ଏବେ ଉଚ୍ଛେଦ ହୋଇଛି ।

ସୁପ୍ରିମକୋର୍ଟ ରାୟ ଦେବା ପରେ ସାରା ଦେଶରେ ଉସôବର ମାହୋଲ ଦେଖାଦେଇଛି । ଦିଲ୍ଲୀ, କର୍ଣ୍ଣାଟକ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ସ୍ଥାନରେ ସୁପ୍ରିମକୋର୍ଟ ରାୟକୁ ସ୍ୱାଗତ କରାଯାଇଛି । ଆଜାଦ୍ ହିନ୍ଦରେ ଆମେ ଏବେ ଆଜାଦ୍ ବୋଲି ଅନେକ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here