ଫ୍ଲାଏ ଓଭରରେ ଅଟକିଲେ ପ୍ରଧାନମନ୍ତ୍ରୀ । ମିନିଟ୍ କି ଦୁଇ ମିନିଟ୍ ନୁହେଁ, 15 ରୁ 20 ମିନିଟ୍ ପାଇଁ ଅଟକିବାକୁ ପଡିଲା । ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଫ୍ଲାଏ ଓଭରରେ ଅଟକି ରହିଥିବା ବେଳେ ରାସ୍ତା ଉପରେ ଏସପିଜି ପଇଁତରା ମାରିଥିଲେ । ସୁରକ୍ଷାରେ ତ୍ରୁଟି ଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ପଞ୍ଜାବ ଗସ୍ତ କାଣ୍ଟଛାଣ୍ଟ କରି ଫେରିଛନ୍ତି । ଫେରିବା ବେଳେ ଭତିଣ୍ଡା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିଦେବ । ମୁଁ ଜୀବନ ଧରି ଫେରିଲି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଗସ୍ତରେ ଯାଇଥିଲେ । ଭତିଣ୍ଡା ଏୟାରପୋର୍ଟରେ ଓହ୍ଲାଇବା ପରେ ସେ ହୁସେନଓ୍ୱାଲା ସ୍ଥିତ ସହିତ ସ୍ମାରକୀ ପରିଦର୍ଶନ କରିଥିଲେ । ସେଠାରୁ ସେ ଫିରୋଜପୁରରେ ଏକ ଦଳୀୟ ରାଲିକୁ ସମ୍ବୋଧିତ କରିବା ପାଇଁ ହେଲିକପ୍ଟରରେ ଯିବାର ଥିଲା । କିନ୍ତୁ ପାଗ ଖରାପ ଯୋଗୁ ସେ କୋଡିଏ ମିନିଟ ଅପେକ୍ଷା କରିବା ପରେ ରାସ୍ତାରେ ଯିବାକୁ ନିଷ୍ପତ୍ତି ନେଇଥିଲେ । ପଞ୍ଜାବ ଡିଜିପି ସୁରକ୍ଷା ସଂପର୍କିତ ଗ୍ରୀନ ସିଗନାଲ ଦେବା ପରେ ଦୁଇଘଣ୍ଟାର ଯାତ୍ରା ରାସ୍ତାରେ ଯିବାକୁ ବାହାରିଥିଲେ ପ୍ରଧାନମନ୍ତ୍ରୀ । ମାତ୍ର ଅଧଘଣ୍ଟା ରାସ୍ତାରେ ଯିବା ପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫ୍ଲାଏଓଭର ନିକଟରେ ପହଞ୍ଚିବା ବେଳକୁ ଚାଷୀ ସଂଗଠନ ଆନ୍ଦୋଳନ ଚାଲିଥିଲା । ଫଳରେ ମୋଦୀଙ୍କୁ ଫ୍ଲାଏଓଭର ଉପରେ 15 ରୁ କୋଡିଏ ମିନିଟ ଅପେକ୍ଷା କରିବାକୁ ପଡିଲା । ଏହା ପାକିସ୍ତାନ ସୀମାନ୍ତ ଠାରୁ ମାତ୍ର ଦଶ କିଲୋମିଟର ଦୂର ହୋଇଥିବାରୁ କୌଣସି ଅଘଟଣ ଘଟିବା ସମ୍ଭାବନା ରହିଥିଲା ।

LEAVE A REPLY

Please enter your comment!
Please enter your name here