ଭାରତୀୟ ଅନ୍ତରୀକ୍ଷ ଅନସନ୍ଧାନ ସଂଗଠନର ବୈଜ୍ଞାନିକମାନେ ଶୁକ୍ରବାର ଏକ ଶୁଭ ସଂକେତ ଦେଇଛନ୍ତି. ଦେଶର ପ୍ରଥମ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ‘ଗଗନଯାନ’ ରେ ଯାତ୍ରା କରୁଥିବା ମହାକାଶଯାତ୍ରୀ ପାଇଲଟ ମଧ୍ୟ ହୋଇପାରିବେ. ‘ଉଡାଣରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଯଥେଷ୍ଟ ଅନୁଭୂତି ରହିଥିବ, ଆମେ ସେଭଳି ଲୋକଙ୍କୁ ଚାହୁଁଛୁ’ ବୋଲି କହିଛନ୍ତି ଜଣେ ବୈଜ୍ଞାନିକ. ମାନବ ଅନ୍ତରୀକ୍ଷ ମିଶନ ପାଇଁ ଅନ୍ତରୀକ୍ଷ ଯାତ୍ରୀଙ୍କ ଚୟନରେ ଭାରତୀୟ ବାୟୁସେନା ଏବଂ ଅନ୍ୟ ଏଜେନ୍ସିମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଇସ୍ରୋର ଚେୟାରମ୍ୟାନ ଶୀବାନ କହିଛନ୍ତି. ଅନ୍ୟପଟେ ଆଉ ଜଣେ ବୈଜ୍ଞାନିକ କହିଛନ୍ତି ଏଥିରେ ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନର ମଧ୍ୟ ଭୂମିକା ରହିବ.

 

LEAVE A REPLY

Please enter your comment!
Please enter your name here