ସାଧରଣ ବଜେଟ୍ ପୂର୍ବରୁ ସେଆର ବଜାରରେ ବଡଧରଣର ହ୍ରାସ ହୋଇଛି । ଅପରାହ୍ନ ଦୁଇଟା ସୁଦ୍ଧା ସେନସେକ୍ସ ୧୯୫୦ ପଏଣ୍ଟ ପାଖାପାଖି ୨୦୦୦ ପଏଣ୍ଟ ହ୍ରାସ ପାଇଛି । ବିଏସଇ ସେନସେକ୍ସ ୧୯ ଶହ ପଏଣ୍ଟ ଖସିଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଚ୫୫୦ ପଏଣ୍ଟ ହ୍ରାସ ପାଇଛି । ଆଜି ବଜାର ଖୋଲୁ ଖୋଲୁ ସେନସେକ୍ସ ୨୫୦ ଅଙ୍କ ହ୍ରାସ ପାଇଥିଲା । ମଧ୍ୟାହ୍ନ ୧୨ଟା ସୁଦ୍ଧା ଏହା ୧୦୦୦ ଅଙ୍କ ତଳକୁ ଖସିଥିଲା । ଅନ୍ୟପଟେ ଆସନ୍ତା ସପ୍ତାହରେ ବଜେଟ ଆସିବାକୁ ଯାଉଛି, ଆଉ ଏତିକି ବେଳେ ସେୟାର ବଜାରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ଗତ ସୋମବାର ଦିନ ପରଠାରୁ ୫ଦିନ ହେଲା ଲଗାତର ଭାବେ ସେୟାର ବଜାର ହ୍ରାସ ପାଇବାରେ ଲାଗିଛି ।