ସୁନ୍ଦରଗଡର ବିଜେପି ସାଂସଦ ଜୁଏଲ ଓରାମଙ୍କ ପାଇଁ ବଢିଲା ଅଡୁଆ । ଅଭଦ୍ର ଆଚାରଣ ପ୍ରଦର୍ଶନ ବିରୋଧରେ ପୋଲିସର ଆଶ୍ରୟ ନେଲେ ନିଜ ଦଳର ଯୁବନେତ୍ରୀ । ଝିରିପାଣି ଥାନାରେ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏଥିସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି । ନିଜ ଦଳର ଜଣେ ଯୁବନେତ୍ରୀଙ୍କୁ ଜୁଏଲ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ଆସିଥିଲା । ଅପମାନ ସହି ନପାରି ନେତ୍ରୀ ଜଣଙ୍କ ଆଜି ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିଥିଲେ । ଘଟଣାକୁ ନେଇ ଯୁବନେତ୍ରୀ କହିଛନ୍ତି, ଜୁଏଲ ଓରାମଙ୍କ ସମ୍ମାନ ଦେଉଥିଲି ମାତ୍ର ସେ ମହିଳାଙ୍କୁ ଇଜ୍ଜତ ଦେବା ଶିଖି ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here