ରାଫେଲ ଯୁକ୍ତି ମାମଲାରେ ସୁପ୍ରିମକୋର୍ଟରୁ କ୍ଲିନଚିଟ୍ ମିଳିବା ପରେ ବିଜେପି ଏବେ ଅଧିକ ସକ୍ରିୟ ହୋଇଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ରାଜନୈତିକ ଗଡ ରାଏବରେଲି ଗସ୍ତ କରି ୧୧୦୦ କୋଟି ଟଙ୍କାର ଯୋଜନାକୁ ଲୋକାପର୍ଣ କରିବେ ବୋଲି ସୁଚନା ମିଳିଛି । ଏହି ଗସ୍ତ ଆଳରେ ମୋଦୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ରୂପରେଖ ପ୍ରସ୍ତୁତ କରିବେ ବୋଲି ରାଜନୀତି ବିଷାରଦମାନେ କଳ୍ପନାଜଳ୍ପନା କରୁଛନ୍ତି ।  ରାଜ୍ୟରେ ବିଜେପି ରାଫେଲ ପ୍ରସଙ୍ଗରେ କଂଗ୍ରେସକୁ ଘେରିବା ପାଇଁ ମଧ୍ୟ ସଜବାଜ ହେଉଛି । ରାଏବରେଲିରେ ପ୍ରଧାନମନ୍ତ୍ରୀଙ୍କ ଏକ ବିଶାଳ ଜନସମାବେଶ କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ସୋନିଆ ରାଏବରେଲିରୁ ନିର୍ବାଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here