ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଏସିଆ ମହାଦେଶର ଦୁଇ ଟିମ୍ ଭାରତ ଓ ବାଂଲାଦେଶ । ଅପରାହ୍ନ ୩ ଟାରେ ବର୍ମିଂହାମର ଆଜବେଷ୍ଟନ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଚଳିତ ବିଶ୍ୱକପରେ ଭାରତ ୭ ଟି ମ୍ୟାଚ୍ ଖେଳି ୧୧ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବାବେଳେ ବାଂଲାଦେଶ ୭ଟି ମ୍ୟାଚ୍ ଖେଳି ୭ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ଟିମ୍ ଇଣ୍ଡିଆକୁ ସେମିଫାଇନାଲକୁ ଯିବାକୁ ଆଉ ଗୋଟିଏ ପଏଣ୍ଟ ଆବଶ୍ୟକ ରହିଛି । ଏଣୁ ବାଂଲଦେଶ ବିପକ୍ଷ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ସ୍ଥାନ ପକ୍କା କରିବାର ଅଛି । ଯଦି ଆଜି ଭାରତ ହାରୁଛି ତେଣୁ ଭାରତକୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ କର ବା ମର ପରିସ୍ଥିତି ସୃଷ୍ଟି ହେବ । ବାଂଲାଦେଶ ପରେ ଭାରତ ଆଉ ଗୋଟିଏ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଏବଂ ବାଂଲାଦେଇ ଭାରତ ପରେ ପାକିସ୍ତାନ ସହ ଖେଳିବ । ବିଶ୍ୱକପରେ ଭଲ ଫର୍ମରେ ଥିବା ଟିମ୍ ଇଣ୍ଡିଆ ଗତ ମ୍ୟାଚ୍ ରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା । ବାଂଲାଦେଶକୁ ଟିମ୍ କୁ ଛୋଟ ଭାବିବା ବିରାଟ ବାହିନୀ ପାଇଁ ଭୁଲ ହେବ କାରଣ ବାଂଲାଦେଶ ଏପରି ଏକ ଟିମ୍ ଯିଏକି କର ବା ମର ସ୍ଥିତିରେ ଭୟଙ୍କର ରୂପ ନେଇଯାଏ । ଏଥିପାଇଁ ଭାରତକୁ ସତର୍କ ରହିବାକୁ ପଡିବ । ଏହି ବାଂଲାଦେଇ ୨୦୦୭ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ପରାସ୍ତ କରି ବିଶ୍ୱକପରୁ ବାହାର କରିଥିଲା । ବାଂଲଦେଶ ଆଜିର ମ୍ୟାଚରେ ଫର୍ମରେ ଥିବା ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍ଙ୍କ ଉପରେ ନିର୍ଭର କରିବ ।ସାକିବଙ୍କ ବ୍ୟତିତ ତମିମ୍ ଇକ୍ବାଲ ,ମୁସ୍ଫିକର ରହିମ୍ ,ଲିଟଲ ଦାସ ଓ ମହମୁଦୁଲ୍ଲା ଭାରତ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରନ୍ତି । ଅନ୍ୟପଟେ ଆଜିର ମ୍ୟାଚରେ ରବିନ୍ଦ୍ର ଜାଡେଜା ଖେଳିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here