ବିମାନ ବନ୍ଦରରେ ଅଲଗା ଯାଞ୍ଚ କରାଇବା ପାଇଁ ବିମାନଯାତ୍ରୀମାନେ ଏବେ ସେମାନଙ୍କ ହ୍ୟାଣ୍ଡବ୍ୟାଗରୁ ୱାଲେଟ, ମୋବାଇଲ ଫୋନ,ଚାର୍ଜର ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ ବାହାର କରିବାକୁ ପଡିବ । ଆଗରୁ ଯାଞ୍ଚ ପାଇଁ କେବଳ ଲ୍ୟାପଟପ ଓ ଟାବଲେଟ ଆଦିକୁ ଚେକ୍ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ମୋବାଇଲକୁ ସ୍କ୍ରିନିଂ ତାଲିକାରେ ସାମିଲ କରାଯିବ । ଦିଲ୍ଲୀ ବାହାରକୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏସବୁ ନୂଆ ପଦକ୍ଷେପ ନେବାକୁ କୁହାଯାଇଛି । ଜଣେ ବରିଷ୍ଠ ସିଆଇଏସଏଫ ଅଧିକାରୀ କହିଛନ୍ତି କି, ବିମାନ ବନ୍ଦରରେ ସିକୁ୍ୟରିଟି କ୍ଲିଅରାନ୍ସ ଦ୍ରୁତତର କରିବାକୁ ଏହା ଦେଶବ୍ୟାପି ପ୍ରଚଳନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି , ହ୍ୟାଣ୍ଡବ୍ୟାଗ ସ୍କାନିଂ କରିବା ବେଳେ ବ୍ୟାଗରେ ଗୁଡାଏ ଅଳିଆମଳିଆ ପଶିଥିବା କଥା ଜଣାପଡୁଛି । ଏସବୁର ଚିତ୍ର ଆସିଲେ ଯାଞ୍ଚକାରୀ ବ୍ୟକ୍ତିମାନେ ବ୍ୟାଗରୁ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଜିନିଷ ଓ ଚାର୍ଜର କାଢିବାକୁ କହୁଛନ୍ତି । ଯଦି ଭାରୀ ଲାଗୁଛି , କାଳେ ଛୁରି ଥିବ ବିଚାରି କଲମ ଗୁଡିକୁ ମଧ୍ୟ ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here