କୋଭିଡରୁ ଦୂରେଇ ରହିବା ପାଇଁ ଭ୍ୟାକ୍ସିନ ନେବା ନିହାତି ଆବଶ୍ୟକ । ଯଦିଓ କେତେକ ସହାରାଞ୍ଚଳରେ ପ୍ରାୟ ଲୋକ ଭାକ୍ସିନ ନେଇସାରିଲେଣି, ତଥାପି ଅନେକ ଲୋକ ଏବେ ବି ଭ୍ୟାକ୍ସିନ ନେବାରୁ ବଞ୍ଚିତ ହୋଇଛନ୍ତି । ଅଧିକାଂଶ ଲୋକ ସ୍ଲଟ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଭାକ୍ସିନ ଦେଇ ପାରୁନାହାନ୍ତି । କିନ୍ତୁ ସ୍ଲଟ ବୁକିଂ କରିବା ପୂର୍ବାପେକ୍ଷା ଏବେ ଟିକେ ସହଜ ହୋଇଯାଇଛି । ଏବେ ଆପଣ ହ୍ୱାଟସଆପ ଜରିଆରେ କରୋନା ଭ୍ୟାକସିନ ପାଇଁ ସ୍ଲଟ ବୁକିଂ କରିପାରିବେ । ଏଥିପାଇଁ ହ୍ୱାଟସଆପକୁ ଯାଇ ମାଇ ଗଭ୍ କରୋନା ହେଲ୍ପ ଡେସ୍କକୁ ଯିବାକୁ ପଡିବ । ଏଥିରେ ଆପଣ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ପସନ୍ଦ କରି ସ୍ଲଟ ବୁକ୍ କରିପାରିବେ । ହ୍ୱାଟସଆପରେ ସ୍ଲଟ ବୁକିଂ କରିବାକୁ ହେଲେ ପ୍ରଥମେ , ଆପଣ କଣ୍ଟାକ୍ଟକୁ ଯାଇ ମାଇ ଗଭ୍ ହେଲ୍ପ ଡେସ୍କ ନମ୍ବର ୯୦୧୩୧୫୧୫୧୫ କୁ ନିଜ ମୋବାଇଲରେ ସେଭ୍ କରନ୍ତୁ । ନମ୍ବର ସେଭ୍ କରିବା ପରେ ହ୍ୱାଟସଆପକୁ ଯାଇ ସେଭ୍ କରିଥିବା ନମ୍ବରକୁ ଓପନ କରନ୍ତୁ । ଚାଟ୍ ଓପନ କରି ବୁକ୍ ସ୍ଲଟ ଲେଖି ମେସେଜ୍ କରନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ୬ଟି ନମ୍ବର ଥିବା ଏକ ଓଟିପି ଆସିବ । ଏହି ନମ୍ବରକୁ ଆପଣ ଚାଟ୍ କରୁଥିବା ନମ୍ବରରେ ପକାଇଦିଅନ୍ତୁ । ଓଟିପି ଭେରିଫାଏ ହେବା ପରେ ଆପଣ ପିନ୍ କୋଡ୍ ଦେଇ ଭ୍ୟାକ୍ସିନ୍ ବୁକ୍ କରିପାରିବେ । ଏବଂ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଯାଇ ଭ୍ୟାକ୍ସିନ ନେଇପାରିବେ । ହ୍ବାଟ୍ସଆପରେ ସ୍ଲଟ ବୁକିଂ କରିବା ବହୁତ ସହଜ ଏବଂ ଏଥିପାଇଁ ଆପଣଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡିବନି ।

LEAVE A REPLY

Please enter your comment!
Please enter your name here