କଂଗ୍ରେସରେ ବିବାଦ ବଢିବାରେ ଲାଗିଛି । ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କାର ଦାବି କରି ବିଧାୟକ ତାରା ପ୍ରସାଦ ବାହିନୀପତି ଭୁବନେଶ୍ବରରୁ ଜୟପୁର ଯାଏଁ ଗର୍ଜନ କରୁଛନ୍ତି । ନିରଞ୍ଜନଙ୍କୁ ନ ହଟାଇବା ଯାଏଁ ଦଳର ଉନ୍ନତି ହେବ ନାହିଁ ବୋଲି କଟାକ୍ଷ କରିଥିବା ତାରା କହିଛନ୍ତି, ସେ ସେର୍ କା ବେଟା । ତାଙ୍କ ସାଙ୍ଗେ ଯିଏ ଲାଗିଛି, ସେ ସଫା ହୋଇଯାଇଛି । ଲୋକେ ତାଙ୍କୁ ସଫା କରିଦେଇଛନ୍ତି । ତେଣୁ ସେ ଦଳ ଭିତରେ ରହି ମୁକାବିଲା କରିବେ । ଦଳ ଭିତରେ ବିଶୃଙ୍ଖଳାକାରୀଙ୍କୁ ନିରଞ୍ଜନ ସୁରକ୍ଷା ଦେଉଛନ୍ତି ବୋଲି ସେ ଆରୋପ ଲଗାଇଛନ୍ତି । ନିରଞ୍ଜନଙ୍କ ବିରୋଧରେ ତାରା ବାହିନୀପତିଙ୍କ ଖୋଲାଖୋଲି ବିଦ୍ରୋହ ପରେ କୋରାପୁଟରେ କଂଗ୍ରେସ ଦି ଭାଗ ହୋଇଯାଇଛି । ତାରାଙ୍କ ପତ୍ନୀ ମିନାକ୍ଷୀ ବି ପିସିସି ସଭାପତିଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ସେ ଭୁବନେଶ୍ବର କଂଗ୍ରେସ ଭବନ ନୁହେଁ, ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ଭେଟିବେ ବୋଲି କହିଛନ୍ତି । ନିରଞ୍ଜନ ତାଙ୍କୁ ଅପମାନିତ କରିଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here