ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତ ପୂର୍ବରୁ, ଭାରତ ୟୁରୋପୀୟ ସଂଘ (EU)ର ଧମକ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବିଦେଶ ସଚିବ ବିକ୍ରମ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ ରୁଷରୁ ତେଲ କିଣିବା କ୍ଷେତ୍ରରେ ଭାରତ କାହାର ଚାପରେ ଆସିବ ନାହିଁ । ସେ କହିଛନ୍ତି ଯେ ଭାରତ ପ୍ରଥମେ ତାର ଶକ୍ତି ଆବଶ୍ୟକତାକୁ ମନେ ରଖିବ । ବିକ୍ରମ ମିଶ୍ର କହିଛନ୍ତି, ‘ଶକ୍ତି ସୁରକ୍ଷା ଆମ ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ଭାରତୀୟଙ୍କ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ଯାହା ଆବଶ୍ୟକ ତାହା କରିବୁ ।’ ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ଚାପ ପଡ଼ୁଥିଲେ ବି ଦେଶର ତଳ ଆବଶ୍ୟକତା ପୂରଣ କରିବା ଆମର ପ୍ରଥମ କର୍ତ୍ତବ୍ୟ । ଏଥିପାଇଁ ଯାହା କରିବାକୁ ପଡ଼ିବ କରାଯିବ। କୌଣସି ପ୍ରକାର କଟକଣା ପାଇଁ ସାଲିସ କରାଯିବ ନାହିଁ । କୌଣସି ପ୍ରକାର ଦୋମୁହାଁ ନୀତିକୁ ଗ୍ରହଣ କରାଯିବ ନାହିଁ ।

LEAVE A REPLY

Please enter your comment!
Please enter your name here