ନୂଆଦିଲ୍ଲୀ: ଭାରତର ସଂସ୍କୃତି ଏବେ ସାରା ବିଶ୍ୱରେ ଟ୍ରେଣ୍ଡ ପାଲଟିଛି । ସମଗ୍ର ବିଶ୍ୱ ଏବେ ଆପଣାଉଛନ୍ତି ଭାରତର ସଂସ୍କୃତି । କରୋନା କବଳରୁ ବର୍ତ୍ତିବା ପାଇଁ ହ୍ୟାଣ୍ଡସେକ ବଦଳରେ କରୁଛନ୍ତି ନମସ୍କାର । ସାଧାରଣତଃ ଭାରତୀୟ ସଂସ୍କୃତିରେ ଲୋକେ କୌଣସି ଅତିଥି କିମ୍ବା ବନ୍ଧୁ ବାନ୍ଧବକୁ ସ୍ୱାଗତ ଜଣାଇବା ପାଇଁ ନମସ୍କାର କରିଥାନ୍ତି । କିନ୍ତୁ ଏବେ ରାଜନେତାମାନେ ମଧ୍ୟ ଏମିତି କରୁଥିବାର ଦେଖିବାକୁ ମିଳୁଛି । ନିକଟରେ କରୋନା ସତର୍କତା ପାଇଁ ପରସ୍ପର ସହିତ ହାତ ନ ମିଳାଇ ନମସ୍କାର କରି ଅଭିନନ୍ଦନ ଜଣାଇବା ପାଇଁ ଆଡଭାଇଜରି ଜାରି କରାଯାଇଥିଲା । ଏଭଳି ପରିସ୍ଥିତିରେ ଗୁରୁବାର ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସରେ ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର କରି ସ୍ୱାଗତ କରିଥିବାର ଦୃଶ୍ୟ ଦେଖାଦେଇଛି । ଦୁଇ ଦେଶର ଏହି ନେତାଙ୍କ କହିବାଅନୁଯାୟୀ କରୋନା ଭୂତାଣୁର ବ୍ୟାପକତାକୁ ଦୃଷ୍ଟିରେ ରଖି ନମସ୍ତେ ଜଣାଇବା ସବୁଠାରୁ ଉପଯୁକ୍ତ ଉପାୟ । ଟ୍ରମ୍ପ ସାମ୍ବାଦିକଙ୍କୁ କହଛନ୍ତି ନିକଟରେ ମୁଁ ଭାରତରୁ ଫେରିଛି ସେଠାରେ ମୁଁ ନମସ୍ତେ କରି ଅଭିନନ୍ଦନ ଜଣାଇଥିଲି ଯାହା ଭାରତର ସଂସ୍କୃତି । ଏବଂ ଏହା ଅତ୍ୟନ୍ତ ସହଜ ବୋଲି କହିଛନ୍ତି ଟ୍ରମ୍ପ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ନମସ୍ତେ ଜରିଆରେ ଅଭିିନନ୍ଦନ କରୁଥିିବା ଦେଖିିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here