ବୁଧବାର ଅପରାହ୍ନ 4ଟା 10 ମିନିଟ୍ ସମୟରେ ଶ୍ରୀହରିକୋଟାର ସତୀଶଧୱନ ରିସର୍ଚ୍ଚ ସ୍ପେଶ କେନ୍ଦ୍ରରୁ କମ୍ୟୁନିକେସନ ସାଟେଲାଇଟ GSAT-7Aର ସଫଳ ଉତକ୍ଷେପଣ କରାଯାଇଛି. ଇସ୍ରୋ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସାଟେଲାଇଟ 8 ବର୍ଷ ପର୍ଯ୍ୟନ୍ତ ଦେଶ ପାଇଁ ସେବା କରିବ ବୋଲି ସୂଚନା ରହିଛି. ଏହି ସାଟେଲାଇଟର ଓଜନ 2250 କି.ଗ୍ରା ହୋଇଥିବା ବେଳେ ଏହାକୁ GSLV-F11 ଯାନ ସାହାଯ୍ୟରେ ମହାକାଶକୁ ପଠାଯାଇଛି. ତେବେ ଏହାର ବିଶେଶତ୍ୱ ହେଲା ଏହା ବାୟୁସେନାର ବିଭିନ୍ନ ବିମାନଘାଟି, ରାଡାର ଷ୍ଟେସନ ଓ ଏୟାରବର୍ନ ଆର୍ଲି ଓ୍ଵାର୍ଣ୍ଣି ସିଷ୍ଟମ ସହିତ ଯୋଗାଯୋଗ ରକ୍ଷା କରିବାରେ ସାହାଯ୍ୟ କରିବ. ତେବେ ଆମେରିକା ଓ ଇସ୍ରାଏଲଠାରୁ ଭାରତ ଲଢୁଆ ଡ୍ରୋନ କିଣୁଥିବାରୁ ସେ ସବୁର ପରିଚାଳନା ପାଇଁ ଅତ୍ୟାଧୁନିକ ଉପଗ୍ରହର ଆବଶ୍ୟକତାକୁ GSAT-7A ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି.