ମୌନୀ ଅମାବାସ୍ୟା ପାଇଁ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦ୍ୱିତୀୟ ସାହି ସ୍ନାନ ଆରମ୍ଭ ହୋଇଛି. 4 ଫେବୃୟାରୀ ଅର୍ଥାତ ମାଘ ମାସର ପ୍ରଥମ ସୋମବାରରେ ଏହା ପଡିଛି. ଲମ୍ବା ସମୟ ଧରି ତପସ୍ୟା କରିଥିବା ମୁନି ଋଷଭ ଦେବ ଏହି ଦିନ ନିଜର ତପସ୍ୟା ଭାଙ୍ଗି ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସାହି ସ୍ନାନ କରିଥିଲେ. ଏହି ଦିନ ବ୍ରତଧାରୀମାନେ ମୌନ ବ୍ରତ ଧାରଣ କରିଥାନ୍ତି. ଅନ୍ୟପଟେ ଅର୍ଦ୍ଧକୁମ୍ଭ ମେଳାରେ ବହୁତ ବଡ ମେଳା ଲାଗିଥାଏ, ଯେଉଁଥିରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ. ବିଶେଷ କରି ମୌନୀ ଅମାବାସ୍ୟାରେ ସ୍ନାନ କରିବା ପାଇଁ ହଜାର ହଜାର ଭକ୍ତ ଏଠାରେ ଭିଡ ଜମାଇଥାନ୍ତି. ଯେଉଁମାନେ କୁମ୍ଭ ଯାଇ ସ୍ନାନ  କରିପାରନ୍ତିନାହିଁ, ସେମାନେ ଘରେ ପାଣିରେ ଗଙ୍ଗା ଜଳ ପକାଇ ମଧ୍ୟ ସ୍ନାନ କରିଥାନ୍ତି. ତେବେ ବିଶ୍ୱାସ ରହିଛି ଯ, ଏହି ଦିନ ପୂରା ବିଶ୍ୱାସର ସହ ଭଗବାନ ବିଷ୍ଣୁଙ୍କ ପୂଜା କଲେ ଲମ୍ବା ଆୟୁଷ ମିଳିଥାଏ.

LEAVE A REPLY

Please enter your comment!
Please enter your name here