ଆଜି ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଶଣା ସଂସ୍ଥା ଇସ୍ରୋ । ୧୦ଟି ଉପଗ୍ରହ ନେଇ ଯାତ୍ରା କରିଛି ମହାକାଶଯାନ । ପିଏସଏଲଭି -ସି୪୯ । ଆନ୍ଧପ୍ରଦେଶ ଶ୍ରୀହରୀକୋଟା ସତିଶ ଧବଡ଼ ଲଞ୍ଚ ପ୍ୟାଡରୁ ଏହାର ଉତକ୍ଷେପଣ କରାଯାଇଛି । ତେବେ ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ଟୁଇଟ କରି ସୂଚନା ଦେଇଛି । ଏହା ମଧ୍ୟରେ ରହିଛି ଇଓଏସ-01 । କୃଷି ପରିବେଶ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହା ତଥ୍ୟ ଯୋଗାଇବାରେ ସାହାର୍ଯ୍ୟ କରିବ । ଏବେ ଯାଏ ଇସ୍ରୋ ୩୨୮ ଟି ବେଦଶୀ ସାଟେଲାଇଟକୁ ଅବସ୍ଥାପିତ କରିବାରେ ସଫଳ ହୋଇଛି ।