ମ୍ୟାନ ଭର୍ସେସ ୱାଇଲ୍ଡ । ଡିସକଭରି ଚ୍ୟାନେଲର ଏହି ପପୁଲାର କାର୍ଯ୍ୟକ୍ରମ ଆପଣମାନେ ତ ନିଶ୍ଚୟ ଦେଖିଥିବେ । ସର୍ଭାଇଭାଲ ଏକ୍ସପୋର୍ଟ ବିୟର ଗ୍ରିଲସଙ୍କ କାରନାମା ଦେଖିଲେ ଭୟଲାଗେ ।
ହେଲେ ଏବେ ଓଡିଶାର ଜଣେ ବିୟର ଗ୍ରୀଲସଙ୍କୁ ଭେଟନ୍ତୁ । ମାଲକାନଗିରି ଏମଭି-୭୯ ଅଞ୍ଚଳର ଏ ହେଉଛନ୍ତି ରାଜେଶ ମଣ୍ଡଳ । ଭୋପାଳ ଏନଆଇଟିରେ ଏମଟେକ୍ ଷ୍ଟୁଡେଣ୍ଟ । ପେସା ସିନା ଇଞ୍ଜିନିୟର ହେଲେ ନିଶା ଜଙ୍ଗଲରେ ବଞ୍ଚିବାର କଳା ଶିଖିବା ଏବଂ ଶିଖାଇବା । ଏହି ଅଜବ ନିଶା ପାଇଁ ସେ ଏବେ ବିୟର ଗ୍ରୀଲ୍ସ ଏବଂ ଜଙ୍ଗଲ ବୟ ନାଁରେ ପରିଚିତ । ଭୟଙ୍କର ଜନ୍ତୁଙ୍କୁ ନଡରି ଜଙ୍ଗଲରେ ଅନେକ ଦିନ ରହିବା, ଏମିତି କି ଜଙ୍ଗଲରେ ରାତି ବିତାଇବା , ପାହାଡ ଚଢିବା, ପ୍ରଖର ନଈ ପହଁରିବା, ଅନେକ ଭୟଙ୍କର ଜନ୍ତୁଙ୍କୁ ଧରି ଲୋକଙ୍କୁ ଦେଖାଇବାରେ ସେ ଶାନ୍ତି ପାଉଛନ୍ତି ବୋଲି କହିଛନ୍ତି । ବିୟର ଗ୍ରିଲସଙ୍କ ଦ୍ୱାରା ସେ ଅନୁପ୍ରାଣିତ ହୋଇ ପ୍ରଥମେ ଏକ ୨୦୦୦ ଫୁଟ ପାହାଡ ଚଢି ତା ଉପରେ ତିନି ଦିନ ତିନି ରାତି କାଟିଥିଲେ । ଏହାପରେ ଆଉ ପଛକୁ ଚାହିଁନାହାଁନ୍ତ ରାଜେଶ । ନିଜର କିଛି ବନ୍ଧୁଙ୍କୁ ଧରି ସେ ଏଭଳି ଦୁଃସାହସିକ କାମ କରିଚାଲିଛନ୍ତି । ଆଗକୁ ସେ ବନ୍ୟଜନ୍ତୁଙ୍କ ଉପରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସେପଟେ ପୁଅର କାମ ଜିଲ୍ଲା ତଥା ରାଜ୍ୟକୁ ଆସିବା ପରେ ବାପା ମା ଯେତିକି ଖୁସି ହେଉଛନ୍ତି ସେତିକି ଭୟ ବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here