ଅଧାରେ ରହିଗଲା କାଳିଆ ଦର୍ଶନ । ପୁରୀ ଯାତ୍ରା ହୋଇଗଲା ଶେଷ ଯାତ୍ରା । ଦୁରଦୂରାନ୍ତରୁ କାଳିଆ ଦର୍ଶନ ପାଇଁ ଧାଇଁଆସୁଛନ୍ତି ଭକ୍ତ । ହେଲେ ଅଧାରେ ରହିଯାଉଛି ଦର୍ଶନ । ଉତ୍ତରପ୍ରଦେଶରୁ ପ୍ରାୟ ୬୦ରୁ ଉର୍ଦ୍ଧ ତୀର୍ଥ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ ଭଦ୍ରକ ଚରମ୍ପା ନିକଟରେ ଦୁର୍ଘଟଣା ହୋଇଛି । ଏକ ବାଉଁଶ ବୋଝେଇ ଟ୍ରକ ପଛରେ ବସଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ମୃତ ଯାତ୍ରୀଙ୍କ ନାମ ଶିବନାରାୟଣ ମିଶ୍ର ଓ ତାଙ୍କ ଘର ଉତ୍ତରପ୍ରଦେଶର ରାମ ନଗରରେ । ତେବେ ଏପର୍ଯ୍ୟନ୍ତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୁଚନା ମିଳିଛି । ଦୂର୍ଘଟଣାଗ୍ରସ୍ତ ବସର ନାଁ ଅମିତ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here