ଉତ୍ତର ଗୁଜରାଟ ଛାଡୁଛନ୍ତି ଅଣଗୁଜୁରାଟୀ ଲୋକ । ବିଶେଷ କରି କାମ ପାଇଁ ଗୁଜୁରାଟ ଯାଇଥିବା ବିହାର ଓ ଉତ୍ତର ପ୍ରଦେଶ ଲୋକେ ଭୟରେ ନିଜ ଗାଁକୁ ଫେରିବା ଆରମ୍ଭ କରିଛନ୍ତି । ଗୁଜୁରାଟୀ ଲୋକଙ୍କ ଆକ୍ରମଣ ଭୟରେ ସେମାନେ ନିଜ ରାଜ୍ୟ ମୁହାଁ ହୋଇଛନ୍ତି । ହିମ୍ମତନଗର ଗାମ୍ଭୋଇରେ ଏକ ୧୪ ମାସର ଶିଶୁ କନ୍ୟାକୁ ବଳାତ୍କାର ଘଟଣା ପରେ ଉତ୍ତର ଗୁଜରାଟରେ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଶିଶୁକନ୍ୟାକୁ ବଳାତ୍କାର କରିଥିବା ଅଭିଯୁକ୍ତ ଜଣକ ବିହାରୀ ହୋଇଥିବାରୁ ଲୋକେ ଉତ୍ୟକ୍ତ ହୋଇ ଅଣଗୁଜରାଟୀ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହି ଘଟଣାକୁ ନେଇ ପ୍ରବାସୀ ଶ୍ରମିକ ମାନେ ଭୟଭିତ ହୋଇ ନିଜ ଗାଁକୁ ଫେରୁଥିବା ବେଳେ ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କ ସମେତ ପ୍ରାୟ ୧୫୦ ଲୋକଙ୍କୁ ଗିରଫ କରିସାରିଲାଣି । ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ପୋଲିସ କହୁଥିଲେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ମନରୁ ଭୟ ଯାଇନି ।

LEAVE A REPLY

Please enter your comment!
Please enter your name here