ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟମ ଭୁବନେଶ୍ୱର ପାଇଁ ଜଗନ୍ନାଥ ପ୍ରଧାନ ଏବଂ ଏକାମ୍ର ଭୁବନେଶ୍ୱର ପାଇଁ ବାବୁ ସିଂ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତିନି ନେତା ବିଶାଳ ପଟୁଆରରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ । ରାଜେନ୍ଦ୍ର କୁମାର ସାହୁ ବିରାଟ ପଟୁଆରରେ ତାଙ୍କ ସମର୍ଥକ ମାନଙ୍କ ସହିତ ଆସି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପାଖରେ ଥିଲେ ଖୋର୍ଦ୍ଧା ପୂର୍ବତନ ବିଧାୟକ ଜିତୁ ମିତ୍ର , ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥି ଅରୂପ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here