ଆଉନାହାନ୍ତି କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ. ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ 77 ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ରବିବାର ସକାଳ ପ୍ରାୟ 8.30 ମିନିଟରେ ସେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି. ଅସୁସ୍ଥତା ପାଇଁ 4 ଦିନ ହେବ ଶ୍ରୀ ସାମଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ. ସେ ଚାଲିଗଲେ ସତ, ମାତ୍ର ଓଡିଆ ସଙ୍ଗୀତରେ ନିଜର ଛାପ ଛାଡି ଯାଇଛନ୍ତି ଅର୍ଜୁନ. 1978 ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ସୁନା ସଂସାର’ରେ ‘ମିଛ ମାୟା ଭରା ଏ ସାରା ଦୁନିଆ, କେହି ନୁହେଁ ଆପଣାର’ରେ ସେ କଣ୍ଠଦାନ କରିଥିଲେ. ଏହାଛଡା ସେ ବହୁ ଭଜନ ମଧ୍ୟ ଗାଇଛନ୍ତି. ବିଶେଷ କରି ‘ଯଶୋମତି ଜନନୀ ଗୋ ମାରନାହିଁ ଆଉ’ ହେଉଛି ତାଙ୍କର ଚିର ସବୁଜ ସଙ୍ଗୀତ. ଓଡିଶା ସଙ୍ଗୀତ ନାଟକ ଏକାଡେମୀରେ ମଧ୍ୟ ସେ ସମ୍ପାଦକ ରୂପେ କାର୍ଯ୍ୟ ତୁଲାଇଛନ୍ତି. ଅର୍ଜୁନଙ୍କ ବିୟୋଗରେ  ଓଡିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି.

LEAVE A REPLY

Please enter your comment!
Please enter your name here